କୁଜଙ୍ଗ , 09/05/2026, ଉତ୍କଳ voice news - utkalvoicenews.comତା 8/5
( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ସମାଜରେ ଅପରାଧ ଦିନକୁଦିନ ବଢିଚଲିଥିବା ସାଇବର ଠକେଇ,ନାବାଳିକା କିଶୋରୀ ମାନଙ୍କପ୍ରତି ଯୌନ ଉତ୍ପିଡ଼ନ ପରିପ୍ରେକ୍ଷୀ କୁ ଆଖି ଆଗରେ ରଖି କୁଜଙ୍ଗ ଥାନା ପରିସରରେ ଏକ କିଶୋରୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଥାନାଅଧିକାରୀ *ଶିବାସିସ ଦାସଙ୍କ* ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା ଶିବିର ରେ ସମ୍ମାନିତ ଅତିଥି ଭାବେ ମହଳା ଓ ଶିଶୁ ସୁରକ୍ଷା ଅଧିକାରିଣୀ *ରାଜଶ୍ରୀ ସାହୁ* ,ସମାଜସେବୀକା ସ୍ନହମୟୀ ଆଚାର୍ଯ୍ୟ,ଏସଆଇ ରଶ୍ମିରଞନ ସାହୁ ପ୍ରମୁଖ ସାଇବର ସୁରକ୍ଷ୍ୟା,ଡଜିଟାଲ ସୁରକ୍ଷ୍ୟା,ସୁସ୍ଥ ମାନସିକତା ପୋଲିସ ପ୍ରଶାସନ ସହ ଉତ୍ତମ ସମ୍ୱନ୍ଧରେ ପାଲା ପରିବେଷଣ ମାଧ୍ୟମରେ କିଶୋରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ପାଖାପାଖି ୫୦ ରୁ ଉର୍ଦ୍ଧ କିଶୋରୀ ଉପସ୍ଥିତ ଥିଲେ। ଏହି ସଚେତନତା ଶିବିର ରେ ଅଙ୍ଗନ ବାଡି କର୍ମୀମାନଙ୍କ ସମେତ ବହୁ ସଂଖ୍ଯା ରେ କିଶୋରୀ ମାନେ ଉପସ୍ଥିତ ଥିଲେ।