ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାନସୁକା ଗ୍ରାମରେ ମା ସନ୍ତୋଷୀ ଯାତ୍ରା

ବୁଗୁଡ଼ା, 09/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ବ୍ଲକ୍ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ସମୟରେ ମା ସନ୍ତୋଷୀଙ୍କୁ ମନ୍ଦିରରୁ ଆଗମନ କରାଯାଇ ଘଣ୍ଟ,ମୃଦୁଙ୍ଗ,ବାଦ୍ୟବାଜଣା ଏବଂ ବାଘ,ବୃଷଭ ଓ ଚଇତି ଘୋଡ଼ା ନାଚର ତାଳେ ତାଳେ ବିରାଟ ପଟୁଆର ସହ ମା ସନ୍ତୋଷୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା ।ଗ୍ରାମର ମଧ୍ୟ ଭାଗ ତଥା ବଡ଼ଦାଣ୍ଡ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି।ପରମ୍ପରା ଅନୁସାରେ ମା ଗୋଟିଏ ଦିନ ସେହିଠାରେ ଅବସ୍ଥାନ କରିବେ।ଗ୍ରାମବାସୀଙ୍କ ମନୋରଞ୍ଜନ ନିମନ୍ତେ ସକାଳ ରେ ସୁଭଦ୍ରା ପରିଣୟ ଏବଂ ସନ୍ଧ୍ୟାରେ ମହାନ୍ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ ହୋଇଥିଲା । ମା ସନ୍ତୋଷୀଙ୍କ କୃପା ଲାଭାର୍ଥେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା।ଗ୍ରାମବାସୀଙ୍କ ସହଯୋଗରେ ମା ସନ୍ତୋଷୀଙ୍କ ଯାତ୍ରା ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ହୋଇଥିଲା।
Article Image
9