ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ହେଲେ କୃଷ୍ଣଚନ୍ଦ୍ର ମହାପାତ୍ର

ବୁଗୁଡ଼ା, 09/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ରାଜ୍ୟ ବିଜେପି ପକ୍ଷରୁ ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା (ଘୁମୁସର) ଯୁବମୋର୍ଚ୍ଚା ସଭାପତି ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର (ରିଙ୍କୁ)ଙ୍କୁ ଚୟନ କରାଯାଇଛି। କୃଷ୍ଣଚନ୍ଦ୍ର ମହାପାତ୍ର ଗଞ୍ଜାମ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଭାବେ ଦିର୍ଘ ଦିନ ଧରି ଦାୟିତ୍ୱ ତୁଲାଇ ଆସୁଥିଲେ। ଯାହାକୁ ନେଇ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାମ ଘୁମୁସର ସାଙ୍ଗଠନିକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ଘୋଷଣା କରିଛନ୍ତି। ସଭାପତି ଭାବେ ଚୟନ ହେବାପରେ ଏହାକୁ ନେଇ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କର ରାଜନୀତିକ ଗୁରୁ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସମେତ ରାଜ୍ୟର ସମସ୍ତ ବିଜେପି କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଘୁମୁସର ସାଙ୍ଗଠନିକ ଜିଲ୍ଲା, ପୋଲସରା ଓ ବୁଗୁଡ଼ା ବିଜେପିର ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
19