ତିର୍ତ୍ତୋଲ, 10/05/2026, ଉତ୍କଳ voice news - utkalvoicenews.com୧୦/୦୫,(ତିର୍ତ୍ତୋଲ ରୁ ତୃପ୍ତି ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ)
ତିର୍ତ୍ତୋଲ ବ୍ଲକ ଅଧିନ ଗରାମ ବଇଂସାନିଲ ଗ୍ରାମର ନିୟମିତ ରକ୍ତଦାତା ସୁଚିନ୍ତା ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ଜିଲ୍ଲାପାଳଙ୍କର ସଦଭାବନା କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରମାଣ ପତ୍ର ଜରିଆରେ ସମ୍ବର୍ଦ୍ଧିତ ହୋଇଛନ୍ତି l ଏହି ସମ୍ବର୍ଦ୍ଧନା ଜିଲ୍ଲାପାଳ ଜେ ସୋନାଲଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉ କି ସାହୁ ମହୋଦୟ ଦୀର୍ଘଦିନ ଧରି ଅସୁସ୍ଥ ମାନଙ୍କୁ ରକ୍ତଦାନ କରି ସେମାନଙ୍କ ଜୀବନ ସୁରକ୍ଷିତ କରୁଥିବାବେଳେ ବିଭିନ୍ନ ସମୟରେ ରକ୍ତଦାନ କ୍ୟାମ୍ପ ମାନ ଅନୁଷ୍ଠିତ କରି ରକ୍ତ ଭଣ୍ଡାରକୁ ଯୋଗାଇ ଚାଲିଛନ୍ତି l ନିଜେ ଚାଳିଶରୁ ଉର୍ଦ୍ଧ୍ଵ ସମୟ ରକ୍ତଦାନ କରିଥିବାବେଳେ ତାଙ୍କୁ ଏହି ସମ୍ବର୍ଦ୍ଧନା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି l ତାଙ୍କର ଏହି ସଫଳତାର ପ୍ରଶଂସକ ଭାବେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ଅଧ୍ୟାପକ ମାନସ ରଞ୍ଜନ ସାହୁ, ସମ୍ବାଦ ପ୍ରତିନିଧି ତୃପ୍ତି ରଞ୍ଜନ ମହାନ୍ତି, ସମାଜସେବୀ ହେମନ୍ତ କୁମାର ନାୟକ ପ୍ରମୁଖ ତାଙ୍କୁ ବଧାଇ ଜଣାଇଛନ୍ତି ଓ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି l