ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବକଙ୍କ ମୃତଦେହ ଉଦ୍ଧାର ।

ବାଲେଶ୍ୱର, 10/05/2026, ଉତ୍କଳ voice news - utkalvoicenews.comଖଇରା,୯/୫
Article Image
ଔପଦା ଥାନା ଫତେପୁର ପଞ୍ଚାୟତ ର ଷୋହଳ ଭଉଣୀ ଡ଼୍ୟାମ ନିକଟରେ ଗଛ ରୁ ବିବାହିତ ଯୁବକ ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଠାବ ହୋଇଛି।ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଙ୍କ ଘର ଖଇରା ଥାନା କେନ୍ଧୁଭଦଳୀ ଗ୍ରାମ ର। ବର୍ଷା ପରେ ଆମ୍ବଖୁଣ୍ଟିବାକୁ ଯାଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଗଛରୁ ତଳକୁ ଓହ୍ଲାଇବା ପରେ ମୃତ୍ୟୁ ହୋଇଥିବା ର ପରିଚୟ ଜଣାପଡିଥିଲା। ମୃତ ଯୁବକ ଙ୍କ ଘର ଖଇରା ଥାନା କେନ୍ଧୁଭଦଳୀ ଗ୍ରାମର ହୋଇଥିଲା ବେଳେ ସନାତନ ବାରିକଙ୍କ ପୁଅ ହେମନ୍ତ (୩୦) ବୋଲି ଜଣାପଡ଼ିଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କର କଳି ନେଇ କିଛିଦିନ ଧରି ମାନସିକ ଅଶାନ୍ତିରେ ଥିବା ବେଳେ ବାହାର ରାଜ୍ୟରେ ଘରୋଇ କମ୍ପାନୀର କାମ କରୁଥିଲେ। ଛୁଟି ରେ ଘରକୁ ଆସି ଥିବା ବେଳେ ଏପରି ଅଘଟଣ ଘଟିଛି। ମୃତ ଯୁବକ ର ଦେହରେ ଫୁଙ୍ଗୁଳା ଥିବା ବେଳେ କେବଳ ଚଡି ପିନ୍ଧିଥିବା ର ଦେଖିବାକୁ ମିଳିଛି।
8