ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ତ୍ରୀକୁ ଆକ୍ରମଣ,ସ୍ଵାମୀ ଗିରଫ

ବୁଗୁଡ଼ା, 11/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ ଗ୍ରାମରେ ସ୍ତ୍ରୀ ସୈରିନ୍ଦ୍ରୀ ବେହେରା (୫୩)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ଵାମୀ ମୁରଲି ବେହେରା(୬୩) ଗିରଫ ସହ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଏ ନେଇ ପୋଲିସ କେସ୍ ନଂ ୨୨୯/୨୬ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ,ମୁରଲୀ ମଦ ପିଇବା ପାଇଁ ତାଙ୍କ ସ୍ତ୍ରୀ ସୈରିନ୍ଦ୍ରୀଙ୍କୁ ଟଙ୍କା ମାଗିଥିଲେ । ସୈରିନ୍ଦ୍ରୀ ମଦ ପାଇଁ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏଥିରେ ମୁରଲୀ ଅତ୍ୟଧିକ ରାଗିଯାଇ ଘରେ ରେ ଥିବା ଏକ ଲୁହରଡରେ ସୈରିନ୍ଦ୍ରୀଙ୍କୁ ଆକ୍ରମଣ କରିଥିଲେ ଏହାକୁ ଅଟକାଇବାକୁ ଯାଇ ସୈରିନ୍ଦ୍ରୀଙ୍କ ବାମ ହାତ କ୍ଷତାକ୍ତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ଚିତ୍କାର କରି ତଳେ ପଡି ଅଚେତ ହୋଇଯାଇଥିଲେ । ତଥାପି ମୁରଲୀର ରାଗ ଶାନ୍ତ ହୋଇନଥିଲା । ସେ ସୈରିନ୍ଦ୍ରୀଙ୍କ ଛାତି ଉପରେ ବସି ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଘରେ ପଶି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।ସ୍ଵାମୀଙ୍କ ପରକିୟା ପ୍ରୀତି ସହିତ ଏଭଳି ହତ୍ୟା ଉଦ୍ୟମକୁ ନେଇ ସ୍ତ୍ରୀଙ୍କ ଅଭିଯୋଗ ପରେ ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡି ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ ସହ ରବିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
9