ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଂଗ୍ରେସ ର ନ୍ୟାୟ ପଥେ ପଦଯାତ୍ରା ଆଜି ରଘୁନାଥପୁରରେ।

ଜଗତସିଂହପୁର, 11/05/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ରୀତାସାହୁ ଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ରୁ 4 ତାରିଖରୁ ଆରମ୍ଭ ହୋଇ ଥିବା ନ୍ୟାୟ ପଥେ ପଦଯାତ୍ରା ଆଜି ରଘୁନାଥପୁର ପହଁଚିଲା ପରେ କଟକ ଜିଲ୍ଲାରେ ପାଦ ଦେଇଛି ।ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଥିବା ଏହି ପଦଯାତ୍ରା ରେ ବହୁ ବରିଷ୍ଠ କଂଗ୍ରେସ ନେତା ମାନେ ସାମିଲ ହୋଇ ଛନ୍ତି । ଜିଲ୍ଲା ସଭାପତି ଦେଵ ପ୍ରସାଦ ନାୟକ ଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ରେ ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ ପ୍ରଦାନ ପାଇଁ ଜାତୀୟ କଂଗ୍ରେସ ତରଫରୁ ଢ଼ିଙ୍କିଆ ରୁ ରାଜଧାନୀ ଗାନ୍ଧୀପଥେ ନ୍ୟାୟଯାତ୍ରା ଆରମ୍ଭ ହୋଇଛି ।
Article Image
ଧାନ, ପାନ, ମୀନ କୁ ନେଇ ଗର୍ବ କରୁଥିବା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶ ରେ ଜିନ୍ଦଲ କମ୍ପାନୀ ତାର ଆତଙ୍କରାଜ ଚଳାଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ସ୍ତରୀୟ ଜାତୀୟ କଂଗ୍ରେସ ନେତୃବୃନ୍ଦ l ଏଠି ଜଙ୍ଗଲ ଜମି ର ଅପବ୍ୟବହାର କରାଯାଇଛି । ଏଠି ଜଙ୍ଗଲ କାଟି ବନ୍ୟଜନ୍ତୁ ଙ୍କୁ ମୃତ୍ୟୁ ମୁଖରେ ପକାଯାଉଛି । ସରକାର ବିକାଶ ର ନାରା ଦେଉଥିବା ବେଳେ ଢ଼ିଙ୍କିଆ ଚାରିଦେଶ ରେ ବିକାଶ ବଦଳରେ ବିନାଶ ଚାଲିଥିବା ନେଇ କହିଛନ୍ତି ବରିଷ୍ଠ ନେତା ମାନେ କହିଛନ୍ତି । ଆମେ ଶିଳ୍ପକୁ ସ୍ୱାଗତ କରୁଛୁ । ଜିନ୍ଦଲ କମ୍ପାନୀ ପାଇଁ ବିଗତ ବିଜେଡି ସରକାର ଯେଉଁଭଳି ଢ଼ିଙ୍କିଆ ଚାରିଦେଶ ବାସିନ୍ଦା ଙ୍କ ସହିତ ଖେଳ ଖେଳିଥିଲା ଠିକ ସେହିଭଳି ବର୍ତ୍ତମାନ ର ବିଜେପି ସରକାର ସମାନ ନୀତି ଆପଣାଇଛନ୍ତି l ସାମଗ୍ର ଓଡିଶା ର ଯେଉଁ ସ୍ଥାନରେ ପ୍ରକଳ୍ପ ନିର୍ମାଣ ହେଉଛି ସେହି ସ୍ଥାନରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି l ଜାତୀୟ କଂଗ୍ରେସ ଶିଳ୍ପ ନାମରେ ସାଧାରଣ ଜନତା ଙ୍କୁ ଶୋଷଣ ର ପ୍ରତିବାଦ କରି ଆସନ୍ତା ୧୪ ତାରିଖ ରାଜଧାନୀ ରେ ରାଜ୍ୟ ର କୋଣ ଅନୁକୋଣ ରୁ ଶିଳ୍ପ ଦ୍ୱାରା ପ୍ରତାରିତ ଅଞ୍ଚଳ ବାସି ଯୋଗଦେବା ସହିତ ଜାତୀୟ କଂଗ୍ରେସ ତରଫରୁ ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ l ତେବେ କଂଗ୍ରେସ ପକ୍ଷରୁ କରା ଯାଇଥିବା ଏହି ଦାବି କୁ ରାଜ୍ୟ ସରକାର ଯଦି ପାଳନ କରିବାରେ ବିଳମ୍ବ କରିବେ ତେବେ ଆଗାମୀ ଦିନରେ ଜାତୀୟ କଂଗ୍ରେସ ରାଜରାସ୍ତା କୁ ଓହ୍ଲାଇ ଶିଳ୍ପ ଦ୍ୱାରା ପ୍ରତାରିତ ଅଞ୍ଚଳବାସୀ ଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
Article Image
Article Image
Article Image
9