ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୯୯୮ ମାଟ୍ରିକ ବେଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଗଞ୍ଜାମ, 11/05/2026, ଉତ୍କଳ voice news - utkalvoicenews.comଅବସରପ୍ରାପ୍ତ ଶିକ୍ଷକ ଓ କିରାଣୀଙ୍କୁ ଭବ୍ୟ ସମ୍ଭର୍ଦ୍ଧନା । ହିଞ୍ଜିଳିକାଟୁ ୧୦/୦୫/୨୬
Article Image
ଶିକ୍ଷକଙ୍କ ଅନୁଶାସନ, ସମୟାନୁବର୍ତ୍ତିତା ଓ ନୈତିକ ମୂଲ୍ୟବୋଧ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଏକ ପାଇଁ ଆଦର୍ଶ ଏବଂ ପ୍ରେରଣା ପାଲଟିଛି। ଏହି ଗୁରୁ ଶିଷ୍ୟ ପରମ୍ପରାର ଉଜ୍ଜ୍ଵଳ ଦୀପଶିଖା ସ୍ବରୂପ ରହିଆସିଛି । ଗଣେଶ ବିଦ୍ୟାପୀଠ, ଗଣ୍ଡଳାରେ ବିଜ୍ଞାନ ଓ ଗଣିତ ,ଇଁରାଜୀ , ଇତିହାସ ,କ୍ରୀଡ଼ା ଶିକ୍ଷକ ଏବଂ କୀରାଣୀ ଭାବେ ନିରବଚ୍ଛିନ୍ନ ସେବା ଦେଇଛନ୍ତି । ଆଜି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶ , ଅବସରପ୍ରାପ୍ତ ଶିକ୍ଷକ ହେଲେ ରମେଶ ଚନ୍ଦ୍ର ପାତ୍ର , ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ପଣ୍ଡା ଏବଂ ଅବସର ଗ୍ରହଣ କରିସାରିଥିବା କିରାଣୀ ଦିଗାମ୍ବର ସାବତଙ୍କୁ ଭବ୍ୟ ସ୍ୱାଗତ କରି ପାଛୋଟି ନେଇ ଫୁଲ ତୋଡା ଏବଂ ଉପଢୌକନରେ ସମ୍ମାନିତ କରି ଏକ ସମ୍ଭର୍ଦ୍ଧନା ମାନପତ୍ର ପ୍ରଦାନ କରାଯାଇଛି ।ପ୍ରତ୍ୟେକ ମାନପତ୍ରରେ ଗୋଟିଏ ଗୋଟିଏ ବିଶେଷତ୍ୱ ରହିଛି । ପ୍ରିୟ ଶିକ୍ଷକଓ ଛାତ୍ରଛାତ୍ରୀଙ୍କ ଗୁରୁ ଶିଷ୍ୟର ପରମ୍ପରା ଏବଂ ସେ ସମୟର ଜ୍ଞାନ, ନିଷ୍ଠା, ଧୈର୍ଯ୍ୟ ଓ ଛାତ୍ରବସ୍ଥଳ ସ୍ବଭାବ ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ସଂସ୍କାରିତ କରିଥିବା ଉଲ୍ଲେଖ ରହିଛି I ସେହିଭଳି ସେମାନଙ୍କ ପାଠ୍ୟ ଦାନ କେବଳ ଶ୍ରେଣୀଗୃହର ଚାରିକାନ୍ଥ ମଧ୍ଯରେ ସୀମିତ ନଥ୍‌ଲା ଯାଦ୍ବାର ଏହି ପ୍ରୟୋଗଶାଳାରୁ ନେଇ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଓ ଗଣିତର ଉପଯୋଗିତା ଉପରେ ଭିନ୍ନ ଭିନ୍ନ ଜୀବନ୍ତ ଲେଖା ରହି ସମ୍ଭର୍ଦ୍ଧନା ପତ୍ର ରହିଛି ।ଆଜିର ଏହି ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ର ସଂସଦ ଗଣେଶ ବିଦ୍ୟାପୀଠ ୧୯୯୮ ମାଟ୍ରିକ ବ୍ୟାଚ୍, ତରଫରୁ ଆପଣଙ୍କ ଦୀର୍ଘ ବର୍ଷର ଅମୂଲ୍ୟ ସେବା, ଅବିସ୍ମରଣୀୟ ଅବଦାନ ଓ ନିସ୍ବାର୍ଥ ତ୍ୟାଗ ପାଇଁ ଏହି ଅବସରକାଳୀନ ସମ୍ୱର୍ଦ୍ଧନା ପତ୍ର ଅର୍ପଣ କରି ନିଜକୁ ଗୌରବାନ୍ବିତ କରିଛନ୍ତି ନେଇ ପୁରାତନ ଛାତ୍ର ତଥା ଗଣମାଧ୍ୟମ ପ୍ରତିନିଧି ରାଜେଶ କୁମାର ସାହୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
7