ଏରସମା, 12/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବଡଗବପୁର ଗ୍ରାମର ପବିତ୍ର ବେହେରାଙ୍କ ଦୁଇ ବର୍ଷର ଏକମାତ୍ର ପୁତ୍ର କ୍ରିଷ୍ଣା ବେହେରା ଥାଲାସେମିଆ ରୋଗରେ ପିଡୀତ ଅଛନ୍ତି।ସେ କଟକ ବଡ ମେଡିକାଲରେ ପ୍ରତି ମାସକୁ ଥରେ ରକ୍ତ ନେବା ସହିତ ଚିକିତ୍ସିତ ହେଉଛନ୍ତି। କ୍ରିଷ୍ଣା ଘରେ ଥିବା ଅବସ୍ଥାରେ ବ୍ୟାସ ଫାଉଣ୍ଡେସନ ତରଫରୁ ଦୁଇ ବର୍ଷର ଶିଶୁକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏବଂ ଦୁଖଃ ପରିତାପର ବିଷୟ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ,ପବିତ୍ର ପର ଘରେ ଦୀନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି।ନା ଅଛି ଭଲ ଘରେ ଖଣ୍ଡିଏ,ନା ଅଛି ପିଲାର ଚିକିତ୍ସା କରାଇବା ନିମନ୍ତେ ସରକାରୀ ଆୟୁଷ୍ମାନ କାର୍ଡ।ମାଟି ଚାଳ ଛପର ଘରେ ରହି ଅଭାବ ଦୁର୍ଦିନରେ ଗତି କରୁଛନ୍ତି ପବିତ୍ରଙ୍କ ପରିବାର। ଏଯାବତ୍ ସରକାରୀ ସ୍ତରରେ କେହି ସାହାଯ୍ୟ କରିବାକୁ ଆସିନାହାନ୍ତି କି କୌଣସି ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟର ହାତ ବଢ଼ାଇ ନଥିବାବେଳେ ପ୍ରଥମ କରି ଏ ଖବର ପାଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ,କେଷାଧ୍ୟକ୍ଷ ଶରତଚନ୍ଦ୍ର ଦାଶ,ରଞ୍ଜନ କୁମାର ପ୍ରଧାନ,ପଣ୍ଡିତ ଡ଼ ସିଦ୍ଧେଶ୍ୱର ପଣ୍ଡା, ପ୍ରଦ୍ୟୁମ୍ନ ରଥ କ୍ରୀଷ୍ଣାଙ୍କ ଗବପୁର ସ୍ଥିତ ବାସଭବନରେ ପହଁଞ୍ଚି ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପକ୍କାଘର ସହିତ ପିଲାଟିର ଚିକିତ୍ସା କରାଇବା ନିମନ୍ତେ ମେଡ଼ିକାଲର ସବୁ ରିପୋର୍ଟ ନେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ମିଳିପାରିବା ସହିତ ପ୍ରତିମାସରେ ପିଲାଟିକୁ ରକ୍ତ କିପରି ମିଳି ପାରିବ ସେ ଦିଗରେ ଚେଷ୍ଟା କରିବେ ବୋଲି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।