ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଖଇରା ଓ ସୋର ଅବକାରୀ ଥାନାର ମିଳିତ ଚଢ଼ାଉ l ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ଗୁଡ଼ ପୋଚ ଜବତ, ୦୬ ଗିରଫ ।

ବାଲେଶ୍ୱର, 13/05/2026, ଉତ୍କଳ voice news - utkalvoicenews.com ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଓ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ କୁଅଁରପୁର, ଅଲିହା ଓ ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରା ଏବଂ ସୋର ଥାନା ଅନ୍ତର୍ଗତ ମାଣିପୁର, ନୁଆସାହି, ବନ୍ଧସାହି ଓ ବାଉଁଶପାଳ ଗ୍ରାମରେ ଚଢ଼ାଉ କରାଯାଇ ୯୬୦ ଲିଟର ଦେଶୀ ରନ୍ଧା ମଦ ଓ ୪୬୦୦ ଲିଟର ଗୁଡ଼ ପୋଚ ଜବତ କରାଯିବା ସହିତ କୁଅଁରପୁର ଗ୍ରାମର ଅଶୋକ କୁମାର ଶିଅଳ, ଅଲିହା ଗ୍ରାମର ମୁକୁନ୍ଦ ବେହେରା ଓ ରାମଚନ୍ଦ୍ର ପାଢ଼ୀ, ଡୁଙ୍ଗୁରା ଗ୍ରାମର ଶ୍ରୀମତୀ ସିଂ, ନୁଆସାହି ଗ୍ରାମର ଯୋଗେନ୍ଦ୍ର ନାୟକ ଓ ମାଣିପୁର ଗ୍ରାମର ବିକର୍ତ୍ତନ ମାସନ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦ ଓ ଗୁଡ଼ ପୋଚର ଆନୁମାନିକ ମୂଲ୍ୟ ୦୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ, କନେଷ୍ଟବଳ ଦେବାଶିଷ ମଲ୍ଲିକ, ମିନତୀ ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ପୃଥକ ପୃଥକ ୦୮ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
Article Image
7