ଗଞ୍ଜାମ, 13/05/2026, ଉତ୍କଳ voice news - utkalvoicenews.com

ପୁରୁଷୋତ୍ତମପୁର ହିନ୍ଦୀ ପ୍ରଚାର ସଭା ଗୃହରେ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ପୁରୁଷୋତ୍ତମପୁର ବ୍ଳକ ସ୍ତରୀୟ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି ଏ ୱାନ ହୋଇଥିବା 7ଜଣ ଛାତ୍ର, ଛାତ୍ରୀଙ୍କୁ, ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ମାନ ପତ୍ର ଦେଈ ସମ୍ବର୍ଦ୍ଧନା ବୈଠକ ଉତ୍ସବ ଅନୁଷ୍ଠିତ କରା ଯାଇ
ଥିଲା | ଏହିବୈଠକରେ ମୁଖ୍ୟ ଅତିଥିଭାବେବ୍ଳକଅଧକ୍ଷା
ଶ୍ରୀମତୀପିଙ୍କିବେହେରା, ମୁଖ୍ୟ ବକ୍ତାଭାବେ ଏବିଇଓ ଶ୍ରୀଯୁକ୍ତବିଜୟଚନ୍ଦ୍ରବେହେରା, ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା, ବରିଷ୍ଟ ନାଗରିକ ସଙ୍ଘ ସମ୍ପାଦକ ତଥା ସଂଯୋଜକ ଶ୍ରୀ ପ୍ରଫୁଲ କୁମାର ରଥ, ସମ୍ମାନିତ ଅତିଥି ମାନେ ହେଲେ ପି ଏମ୍ ଶ୍ରୀ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ଯୁଧିଷ୍ଠିର ସାହୁ, କନକା କ୍ଲଷ୍ଟର ସି ଆର୍ ସି ସି ତଥା ଏହି କାର୍ଯ୍ୟକ୍ରମ ର ଉଦ -ଘୋଷକ ଶ୍ରୀ ହେମନ୍ତ କୁମାର ବେହେରା,ମଞ୍ଚାସିନ
ରହି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ମଞ୍ଚାସିନ ଅତିଥି ମାନଙ୍କୁ ବରିଷ୍ଟ ନାଗରିକ ସଙ୍ଘର ସମ୍ପାଦକ, କୋଷା
ଧକ୍ଷ, ପ୍ରଥମେ ପୁଷ୍ପଗୁଛ ଉତ୍ତରୀୟ ଦେଈ ସମର୍ଦ୍ଧିତ କରିବା ପରେ ଅତିଥି ମାନେ ତାଙ୍କର ମନ୍ତବ୍ୟ ପ୍ରଦାନ କରି ଗଞ୍ଜାମ ଜିଲ୍ଳାରେ ପାସ ହାର ବହୁତ ଭଲ ସହିତ ପୁରୁଷୋ
ତ୍ତମପୁର ବ୍ଳକ ର ଛ ଗୋଟି ସ୍କୁଲ ର ଏହିସାତ ଜଣ ବ୍ଳକ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ମଞ୍ଚାସିନ ଅତିଥି ମାନେ ମତ ଦେଇ
ଥିଲେ | ଏହି ବ୍ଲକ ର ଚ୍ଛଅ ଗୋଟି ଉଚ୍ଚ ବିଦ୍ୟାଳୟ ର ସାତ ଜଣ ଛାତ୍ରୀଙ୍କୁ ବରିଷ୍ଠ ନାଗରିକ ସଂଘ ତରଫରୁ ପୁଷ୍ପ ଗୁଚ୍ଛ,ମାନ ପତ୍ର ଉତ୍ତରୀୟ ଓ ଟୋପି ଦେଈ ସମ୍ବର୍ଦ୍ଧନା କରାଯାଇଥିଲା | ସେହି ସାତ ଜଣ ହେଲେ
ସୁଶ୍ରୀ ପୂଜା ସ୍ୱାଇଁ(୫୫୭ ମାର୍କ),ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଟଙ୍କଛାଇ, ସୁଶ୍ରୀ ଲିପ୍ସା ବେହେରା(୫୫୦ ମାର୍କ),ଆର୍ ଟି ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ, ପ୍ରତପୁର, ସୁଶ୍ରୀ ସୋନୁ ଗୌଡ଼(୫୪୦ ମାର୍କ) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଟଙ୍କଛାଇ,ସୁଶ୍ରୀ ଏ କରିସ୍ମା ଦୋରା (୫୪୦ ମାର୍କ),ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ,ଚଢ଼ିଆପଲ୍ଲୀ ,ସୁଶ୍ରୀ ତୁଳସୀ ସାହୁ,(୫୪୦ ମାର୍କ) ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ହାଣ୍ଡିଘର, ସୁଶ୍ରୀ ଆରୁଶି ସାହୁ(୫୪୦ ମାର୍କ), ଭୂତସରସିଙ୍ଗି ଉଚ୍ଚ ବିଦ୍ୟାଳୟ, ଭୂତସରସିଙ୍ଗି ଓ ଶ୍ରୀ ଡି ବସନ୍ତ ପ୍ରଧାନ(୫୪୦ ମାର୍କ) ଚକ୍ରପାଣି ଦୋରା ଉଚ୍ଚ ବିଦ୍ୟାଳୟ, ବଡ଼ବରଗାଁ ର ଅଟନ୍ତି |ଏଥି ସହ ସରସ୍ୱତୀ ପଣ୍ଡା ସ୍ମାରକୀ ଟ୍ରଷ୍ଟ,ଆଛୁଲି ତରଫରୁ ୫୫୭ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ପୂଜା ସ୍ୱାଇଁ ଙ୍କୁ ୧୦୦୦/- ଟଙ୍କା, ୫୫୦ ମାର୍କ ରଖି ଦ୍ୱିତୀୟ ହୋଇଥିବା ଲିପ୍ସା ବେହେରା ଙ୍କୁ ୭୦୦/- ଟଙ୍କା ଏବଂ ୫୪୦ ମାର୍କ ରଖି ତୃତୀୟ ସ୍ଥାନ ରେ ଥିବା ୫ ଜଣଙ୍କୁ ୫୦୦/- ଟଙ୍କା ଅର୍ଥ ରାଶି ପ୍ରଦାନ କରି ଥିଲେ | ଛାତ୍ର, ଛାତ୍ରୀ ଙ୍କ ସହ ତାଙ୍କର ବାପା ମାଆ, ସେହିସ୍କୁଲ ର ଶିକ୍ଷକ, ଶିକ୍ଷୟତ୍ରୀ, ଓବରିଷ୍ଟ ନାଗରିକ ସଙ୍ଘର ସଦସ୍ୟ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ |