ଏରସମା, 13/05/2026, ଉତ୍କଳ voice news - utkalvoicenews.com (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
_1778641408.jpg)
୧୨/୦୫,ଜଗତସିଂପୁର ଜିଲ୍ଲା ଏରସମା ତହସିଲ ସମ୍ମୁଖରେ ଲୋକନାଥ ଚୌଧୁରୀ ସ୍ମୃତି କମିଟି,ଫ୍ରେଣ୍ଡସ୍ କ୍ଲବ ଓ ବରିଷ୍ଠ ନାଗରିକ ମଞ୍ଚ ମିଳିତ ଆନୁକୁଲ୍ୟରେ କମ୍ରେଡ ଲୋକନାଥ ଚୌଧୁରୀ ଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଅଛି।ଲୋକନାଥ ଚୌଧୁରୀ ସ୍ମୃତି କମିଟିର ସଭାପତି କମ୍ରେଡ ଶଶୀ ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଗରିବ ଖଟିଖିଆ ଜନତାର ସର୍ବକାଳୀନ ନେତା ସ୍ୱର୍ଗତ ଲୋକନାଥ ଚୌଧୁରୀଙ୍କ ସମର୍ପିତ ରାଜନୈତିକ ଜୀବନ, ଉଦ୍ଦୀପିତ ଜନ ଜାଗରଣ, ନିସ୍ଵାର୍ଥପର ସେବା, ବୈପ୍ଲବିକ ସାଙ୍ଗଠନିକ ନେତୃତ୍ୱ, ଜାତୀୟ ପ୍ରୀତି ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ପତ୍ରିକା ଉନ୍ମୋଚନ କରିବାକୁ ଯାଇ କହିଥିଲେ ଶତ ସଂଗ୍ରାମର ନାୟକ କମ୍ରେଡ ଲୋକନାଥ ଚୌଧୁରୀ ପ୍ରଣମ୍ୟ ପୁରୁଷ, ଜନସ୍ୱାର୍ଥ ପରିବର୍ତ୍ତନର ଶାଣିତ ସ୍ୱର, ନବ ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ।ବାଲିକୁଦା-ଏରସମାର ବିଧାୟକ ସାରଦା ପ୍ରସନ୍ନ ଜେନା ଲୋକନାଥ ଚୌଧୁରୀଙ୍କୁ ମାଟିର ମହକ, ଶ୍ରମିକ ଆନ୍ଦୋଳନ, ଭୁସଂସ୍କାର ଆଇନ ଆନ୍ଦୋଳନର ଦିଗଦ୍ରଷ୍ଟା ବୋଲି ଅଭିହିତ କରିଥିଲେ।ସ୍ମୃତି କମିଟି ତରଫରୁ ସମ୍ପାଦକ ଅରୁଣ ବେହେରା ବାର୍ଷିକ ବିବରଣୀ ପାଠ କରିବା ବେଳେ କାର୍ଯକାରୀ ସମ୍ପାଦକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ଡ଼ଃ ସଞ୍ଜୟ ବିଶ୍ୱାଳ ଅତିଥି ପରିଚୟ କରିଥିଲେ। ରବୀଦାସ କମ୍ରେଡ ପ୍ରଦୀପ ଜାଳି ସଭାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ପଣ୍ଡିତ ନାଗୁଚରଣ ଦେବତା ସାରସ୍ୱତ ସମାରୋହ ପରିଚାଳନା କରିଥିଲେ। ।ସର୍ବପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳ ର ପ୍ରସିଦ୍ଧ କବି ମାନଙ୍କ ଦ୍ଵାରା ଲୋକନାଥ ଚୌଧୁରୀ ଙ୍କ ସ୍ମୃତି ଉପଲକ୍ଷେ କବିତା ପାଠ କରାଯାଇଥିଲା।ପରେ ମକରଧ୍ବଜ ପବ୍ଲିକ୍ ସ୍କୁଲ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଚଳିତ ମାଟ୍ରିକପରୀକ୍ଷାରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ଅଞ୍ଚଳା ପ୍ରିୟଦର୍ଶିନି ତରାଇ(ସୋମପୂର୍ ହାଇ ସ୍କୁଲ),ପ୍ରିୟ ରଂଜନ ଦାସ(ଗ୍ରାମେଶ୍ୱର୍ ହାଇ ସ୍କୁଲ), ତମନ୍ନା ଦାସ, ଶିବାଙ୍ଗୀ ମହାନ୍ତି(ଏରସମା ହାଇ ସ୍କୁଲ), ଆକାଂକ୍ଷା ମିଶ୍ର(ବାଲିଠୁତ), ଅର୍ପିତା କାଣ୍ଡି(ଗୋଡ଼ ସ୍କୁଲ)ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଂଭ୍ରାନ୍ତ ସେବା ସମ୍ମାନ - ଡକ୍ଟର ମହେଶ୍ୱର ପ୍ରଧାନ,ସଂଭ୍ରାନ୍ତ ଶିକ୍ଷା ସମ୍ମାନ - ଶିବ ଚରଣ ରାଉତ,ସଂଭ୍ରାନ୍ତ ସାରସ୍ଵତ ସମ୍ମାନ - ସାହିତ୍ୟିକ ମହେନ୍ଦ୍ର ଆଚାର୍ଯ୍ୟ ଓ ତାପସ ରାଜ,ଯୁବ ଶିଳ୍ପୋଦୋଗୀ ସମ୍ମାନ - ପାର୍ଥ ସାରଥୀ ମହାରଣା,ନରେନ୍ଦ୍ର ସ୍ବାଇଁ ଓ ଅମର ମହାପାତ୍ର,ଲୋକନାଥ ସ୍ମୃତି ସମ୍ମାନ - କମ୍ରେଡ ରବି ଦାସ,କମ୍ରେଡ ରାମ ଚନ୍ଦ୍ର ମୁଦୁଲି,କମ୍ରେଡ ପିତାମ୍ବର ଦାସ,କମ୍ରେଡ ଦାମୋଦର ବେହେରା,କମ୍ରେଡ ଦୁର୍ଯ୍ୟଧନ ପ୍ରଧାନ,କମ୍ରେଡ ପ୍ରଫୁଲ୍ଲ ଦାସ,କମ୍ରେଡ ବସନ୍ତ ସାମଲ,କମ୍ରେଡ ଶରତ ବେହେରା,କମ୍ରେଡ ବିଜୟ ମହାନ୍ତି,ଲୋକନାଥ ଚୌଧୁରୀ ଜାଗ୍ରତ ପ୍ରହରୀ ସମ୍ମାନ - ସାମ୍ବାଦିକ ମନୋଜ ଦାସ(ନିୟୁଜ ସେଭେନ୍), ଆଇନ୍ ଯିବି ଡକ୍ଟର ବୀର ନାରାୟଣ ପାତ୍ର, ରାଜନୈତିକ ପୁରୋଧା - ଲକ୍ଷ୍ମୀ ପ୍ରିୟ ମହାପାତ୍ର, ସଚିତ୍ରା ନନ୍ଦ ଦାସ,ଦେବଯାନୀ ସେଠି, ବିପ୍ଳବ ଚୌଧୁରୀ, ପ୍ରୀତି ନନ୍ଦା ରାଉତରାୟ,ଦେବୀ ପ୍ରସାଦ ତ୍ରିପାଠୀ,ସଙ୍ଗୀତ - ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ପ୍ରୀୟାଂଶି ଦାସଙ୍କ ସହିତ ଶ୍ରେଷ୍ଠ ପଚାଶ ଜଣଙ୍କୁ ଲୋକନାଥ ଚୌଧୁରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

_1778641409.jpg)