କୁଜଙ୍ଗ , 12/02/2025, ଉତ୍କଳ voice news - utkalvoicenews.com
୧୨/୦୨/୨୦୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସ୍ୱପ୍ନା ମଣ୍ଡପ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳନ କରାଯାଇଛି।

କୁଜଙ୍ଗ ମଣ୍ଡଳ ସଭାପତି ରଞ୍ଜନ କୁମାର ବାରିକ ଙ୍କ ସଭାପତତ୍ବରେ , ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହି ସମର୍ପଣ ଦିବସଟିକୁ ସୁରୁଖୁରୁରେ ସମାପନ କରିଥିଲେ। ଏଥିରେ ସମର୍ପଣ ଦିବସରେ ଭବେନ୍ଦ୍ର ଦାସ,ବିଜେପିର ଜିଲ୍ଲା ସମ୍ପାଦକ ତପନ ତ୍ରିପାଠୀ ,ଗୋପିଆକୁଦ ସରପଞ୍ଚ
ଶ୍ରୀନିବାସ ସ୍ବାଇଁ , କୁଜଙ୍ଗ ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ ଏବଂ ଅନ୍ୟାନ୍ୟ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ସମର୍ପଣ ଦିବସଟିକୁ ପାଳନ କରିଥଲେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୧୬ ମସିହାରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ସେ ମହାନ୍ ପଣ୍ଡିତଙ୍କ ଜନ୍ମ ହୋଇଥିଲା। ସେ ତାଙ୍କ ବାପା ମାଆଙ୍କ ଗୋଟିଏ ପୁଅ ଥିଲେ। ଆଜି ଭାରତ ବର୍ଷର ସବୁ ଜିଲ୍ଲାରେ ସବୁ ବ୍ଳକରେ ସବୁ ପଞ୍ଚାୟତରେ ଆଜି ବିଜେପିର ଏହି ସମର୍ପଣ ଦିବସ ପାଳିନ କରାଯାଉଛି। ସମର୍ପଣ ଦିବସ କହିଲେ ଆଜି ଯେଉଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଯେଉଁ ରାଷ୍ଟ୍ରକୁ ଏକ ସ୍ୱତନ୍ତ୍ର ଭାବରେ ଗଢ଼ିବା ଏବଂ ରାଷ୍ଟ୍ରକୁ ଗଠନ କରିବା ପରିକଳ୍ପନା ବା ଆଗ୍ରହ ତାଙ୍କ ଭିତରେ ଥିଲା ଅଥବା ଭାରତର ଏକତା କୁ ସେ ବାନ୍ଧି ରଖିବାପାଇଁ ସେ ଯେଉଁ ପୁସ୍ତକ ରଚନା କରିଥିଲେ , ତାର ନାମ ଥିଲା ଏକାମ୍ରମାନବ। ଯେପର୍ଯ୍ୟନ୍ତ ଅନ୍ତିମ ସ୍ତରରେ ସମାଜର ଉନ୍ନତି ନ ହୋଇଛି ଏ ଦେଶର ଉନ୍ନତି ହୋଇପାରିବ ନାହିଁ।