ରଘୁନାଥପୁର, 14/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
*ଯୋଗଦେଲେ ନାହିଁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ*
*ଅଧାରେ ଅଟକିଲା ବୈଠକ*
*ହୋଇ ପାରିଲା ନାହିଁ ଉନ୍ନୟନ ମୂଳକ କାର୍ଯ୍ୟ ର୍ ନିଷ୍ପତ୍ତି*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର୍ ରଘୁନାଥପୁର ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ବୈଠରେ ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ଅଧ୍ୟକ୍ଷ ଲଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ସହ 19 ପଂଚାୟତ ର ସରପଂଚ ଓ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଥିଲେ । ତେବେ ଏହି ବୈଠକରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଦୀର୍ଘ ସମୟ ପରେ ସେ ବୈଠକରେ ଯୋଗ ଦେଇ ନ ଥିଲେ । ତେବେ ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ବ୍ଳକର ବିଭିନ୍ନ ପଂଚାୟତ ଉନ୍ନୟନ ମୂଳକ କାର୍ଯ୍ୟ ର୍ ସଠିକ ନିଷ୍ପତ୍ତି ହୋଇ ପାରି ନ ଥିଲା । ଯାହାକୁ ନେଇ କିଛି ସରପଂଚ ଓ ସମିତି ସଭ୍ୟ ମାନେ ଗୃହ ଛାଡି ଚାଲି ଯାଇଥିଲେ । ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରା ଯାଇ ଥିଲା ।