ନିଆଳୀ, 14/05/2026, ଉତ୍କଳ voice news - utkalvoicenews.com*(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :*

ପ୍ରାଚୀନ ପ୍ରସ୍ତରଯୁଗ ର ଧର୍ମ, ସଂସ୍କୃତି ଓ ସାହିତ୍ୟର ବତୁରା, ନିଆଳି ମାଟିରେ ଏବେବି ଜଳୁଛି ପୂଜ୍ୟପୂଜାର ଦୀପାଳି।ଅସାଧାରଣ ମଣିଷ ମାନଙ୍କୁମନେପକାଇ ଏ ମାଟିର ଆକାଶ ଝୁରେ।ସମବେତ ସମବେଦନା ରେ ସମାବେଶ ଭିଜେ।ତାର ନିଖୁଣ ଉଦାହରଣର କାର୍ଯ୍ୟକ୍ରମ ଥିଲା, ଲେଖିକା ଛାୟାପୁରବୀ ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ।ଗତ ମଙ୍ଗଳବାର ନିଆଳି ସାହୁ ପାଲେସରେ ସନ୍ଧ୍ୟା 5ଟାରେ, ଛାୟାପୂରବିଙ୍କପାଇଁ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା ।ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବାବେଳେ, ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି ସଂଯୋଜନା କରିଥିଲେ ।ଓଡ଼ିଆ ସଂସ୍କୃତି ଓ ସାହିତ୍ୟର ବହୁ ପ୍ରତିଷ୍ଠିତ ସାରସ୍ୱତ ସାଧକ ମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ, ଲେଖିକା ଛାୟା ପୁରବୀ ଙ୍କ ସ୍ମୃତି ଚାରଣ କରିଥିଲେ ।ତାଙ୍କ ଫଟୋ ରେ ଫୁଲଅର୍ପଣ କରି, ପ୍ରଣାମକରି,ଦୀପବି ଜାଳିଥିଲେ ।ଲେଖିକା ପୁଷ୍ପା ପରିଡା, ଅନୁରାଧା ମହାପାତ୍ର, ଶ୍ରଦ୍ଧାଞ୍ଜଳି କାନୁନଗୋ, ଜ୍ୟୋସ୍ନା ସିଂହ, ଡାକ୍ତର ସସ୍ମିତା ନାୟକ, ମନୀଷା ମଞ୍ଜରୀ ସାହୁ, ଅଶୋକ ରାୟ, କୈଳାଶ ଚନ୍ଦ୍ର ସୁର, ଆଡ଼ଭୋକେଟ ଦିଲ୍ଲିପ ମହାନ୍ତି, ଗବେଷକ ହଂସନାଥ ସାହୁ, ଲେଖକ ଅସିତ ମହାନ୍ତି, ପ୍ରଶାନ୍ତ ମହାନ୍ତି, ଡାକ୍ତର ଅଧୀରାଜ ପରିଡା, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ଡାକ୍ତର ରାମ ମହାପାତ୍ର, ସମାଜସେବୀ ନ୍ୟାୟବ୍ରତ ରାଉତ, ଗାଳ୍ପିକ ସନାତନ ଆଚାର୍ଯ୍ୟ, ସୁରେନ୍ଦ୍ର ସାମଲ, ସୁଭାଶିଷ ପଟ୍ଟନାୟକ, ଶୁଭ୍ରାଣୁ ସ୍ୱାଇଁ, ଆଲୋକ ନାୟକ, ପ୍ରଫେସର ଶରତ ଚନ୍ଦ୍ର ବାରିକ, ଜ୍ଞାନ ରଞ୍ଜନ ସେନାପତି ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ ।ସମାଜସେବୀ ଅବଦୁଲ ବାରି ଧନ୍ୟବାଦ ଅର୍ପଣ କରିଥିଲେ ।


