ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୀରେ ବିଜେଡିର ବିଶାଳ ପଦଯାତ୍ରା : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏସପିଙ୍କୁ ଦାବିପତ୍ର ପ୍ରଦାନ।

ପୁରୀ , 14/05/2026, ଉତ୍କଳ voice news - utkalvoicenews.comରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୁବାସ ବୋଷ ଛକଠାରୁ ଦଳୀୟ କର୍ମୀ ଓ ନେତୃବୃନ୍ଦ ଏକ ପଦଯାତ୍ରାରେ ବାହାରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
Article Image
ପଦଯାତ୍ରା ପରେ ଦଳ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସାଧାରଣ ଲୋକଙ୍କ ସୁରକ୍ଷା ବାଧାପ୍ରାପ୍ତ ହେଉଛି ଏବଂ ଅପରାଧିକ ମାମଲା ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ, ଦଳ ପକ୍ଷରୁ ଏକ ସ୍ମାରକପତ୍ର ବା ଦାବିପତ୍ର ପୁରୀ ଏସପିଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ନେତା, କର୍ମୀ ଓ ସମର୍ଥକମାନେ ସାମିଲ ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା,ରାଜ୍ୟ ସଭା ସାଂସଦ ସୁଭାସିସ ଖୁଣ୍ଟିଆ,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ପୁରୀଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ କସ୍ତୁରୀବାଳା ସ୍ୱାଇଁ,ସଦର ବ୍ଲକ ଅଧକ୍ଷ ଦିବାକର ପାତ୍ର ବହୁ ଜିଲ୍ଲା ପରିଷଦ ସଭ୍ୟ ଏବଂ ବହୁତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ,ବିଜୁ ଜନତା ଦଳର ବହୁତ ଛାତ୍ର ନେତା ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ।ସୁଭାଷ ବୋଷ ଛକରୁ ପ୍ଲାକାର୍ଡ ଏବଂ ଦଳୀୟ ପତାକା ଧରି ସରକାରଙ୍କ ଜନବିରୋଧୀ ଆନ୍ଦୋଳନ ଏବଂ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପାଥେୟ କରି ଏସ୍ପି ଅଫିସ ଘେରଉ ସହିତ ଜନ ଆନ୍ଦୋଳନ କରାଯାଇଥିଲା।ପୋଲିସ ଓ ବିଜେଡି କର୍ମୀ ଭିତରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା।ଆଗାମୀ ଦିନରେ ସରକାର ଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଦଳର ଉପସଭାପତି ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି।
11