ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ, 14/05/2026, ଉତ୍କଳ voice news - utkalvoicenews.comବ୍ରହ୍ମପୁର,ତା୧୪/୦୫
Article Image
ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବାତିଲ ଘଟଣାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଜେପି ସରକାର ବିରୋଧରେ ବ୍ରହ୍ମପୁର ମହାନଗରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଛନ୍ତି।ଖଲ୍ଲିକୋଟ କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ହୋଇଥ‌ିବା ଅଭିଯୋଗ ବେଳେ ଜାଣିଶୁଣି କେନ୍ଦ୍ର ସରକାର ନୀରବତା ଅବଲମ୍ବନ କରୁଛନ୍ତି । ତେଣୁ ବିଜେଡି ପକ୍ଷରୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ସ୍ବଚ୍ଛ ଓ ନିର୍ପେକ୍ଷ ପରୀକ୍ଷା ବ୍ୟବସ୍ଥା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଛନ୍ତି। । ଏହି ଆନ୍ଦୋଳନରେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ବାଇଁ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଶୋଭନ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ଉପସଭାପତି ନିହାର ଶତପଥ୍, ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ମୋନଜ ଦୋରା, ବ୍ରହ୍ମପୁର ଡେପୁଟି ମେୟର ବିବେକ ରେଙ୍ଗୀଙ୍କ ସହ ବହୁ ବିଜୁ ପ୍ରେମୀ ଉପସ୍ଥିତ ରହି ନିଟ୍ ପରୀକ୍ଷାରେ ହୋଇଥ‌ିବା ଅନିୟମିତତା ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି । ଯଦି ଏପରି ସମ୍ବେଦନଶୀଳ ଘଟଣା ଉପରେ ସଠିକ ଯାଞ୍ଚ ନହୋଇ ଦୋଷୀକୁ ଦଣ୍ଡ ଦିଆ ନଯାଏ ତେବେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଲାଗି ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ବାଇଁଙ୍କ ମତ ପ୍ରକାଶ ପାଇଛି ।
Article Image
17