ଗଞ୍ଜାମ, 15/05/2026, ଉତ୍କଳ voice news - utkalvoicenews.comହିଞ୍ଜିଳିକାଟୁ /ବ୍ରହ୍ମପୁର ୧୫/୦୫/୨୬ :

ଅସ୍ଥାୟୀ ଜଳଛତ୍ର ସରକାରଙ୍କ ପକ୍ଷରୁ ଖୋଲାଯାଇଛି ସତ କିନ୍ତୁ ପାଣି ଦେବାପାଇଁ ନାହାଁନ୍ତି ସହାୟକ । ଏପରି ଦୃଶ୍ୟ ଦେଖିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ସହିତ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ । ଉକ୍ତ ଜଳଛତ୍ର ନାଁରେ ସରକାରୀ ଅର୍ଥ ଚଳୁ କରିବା ନେଇ ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ଲୋକଙ୍କ ବର୍ତ୍ତମାନ ଚର୍ଚ୍ଚା ହେଉଛି ।ସୁଚନାମୁତାବକ
ବ୍ରହ୍ମପୁର ମହାନଗର ନିଗମ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ୱାର୍ଡରେ ଜଳଛତ୍ର ଖୋଲିବା ନେଇ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଉଛି । ସେହିଭଳି ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ ମଧ୍ୟ ଜଳଛତ୍ର ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ଜଣାପଡିଛି ।ତେବେ ବ୍ରହ୍ମପୁରର ବିଭିନ୍ନ ୱାର୍ଡର ଜଳଛତ୍ର ଗୁଡିକରେ ଅବ୍ୟବସ୍ଥା ଦେଖିବା ସହ ହିଞ୍ଜିଳିକାଟୁ ଠାରେ ମଧ୍ୟ ସେହିପରି ଦେଖିବା ମିଳିଛି l କେଉଁଠି ପାଣି ଦେବା ପାଇଁ ସହାୟିକା ମଧ୍ୟ ନାହାଁନ୍ତି l ମାଠିଆରେ ଯଦିଓ ପାଣି ଅଛି ତେବେ ସେହି ପାଣି କେତେ ସ୍ବଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ରହିଛି ତାହା ବାଟୋଇ ହିଁ ଜାଣିଛନ୍ତି । ବିଶେଷ ସୁତ୍ରରୁ ଜଣାପଡିଛି କି ସକାଳ ସମୟରେ ସହାୟକ ଜଣଙ୍କ ମାଠିଆରେ ପାଣି ଭରିଦେବା ପରେ ଅସ୍ଥାୟୀ ଜଳଛତ୍ର କେନ୍ଦ୍ରରେ ସହାୟକ କିମ୍ବା ସହାୟିକା ଜଣଙ୍କ ଅଦୃଶ୍ୟ ରହିଥିବା ଶୁଣିବାରେ ମିଳୁଛି । ଆହୁରି ସହାୟକ ଜଣଙ୍କ ନଳକୂପ କିମ୍ବା କୌଣସି ସ୍ଥାନରୁ ବାଲଟି ସାହାର୍ଯରେ ଜଳଛତ୍ରରେ ଥିବା ଗରାରେ ପାଣି ରଖିବା ବେଳେ ହାଇଜେନିକ ଜଳ ନଥିବା ବାଟୋଇଙ୍କ ଠାରୁ ଶୁଣିବାରେ ମିଳୁଛି । ବାଟୋଇଙ୍କ ଅଭିଯୋଗ ଏହାଯେ ଉକ୍ତ ଜଳଛତ୍ର କେନ୍ଦ୍ର ଦାୟିତ୍ୱରେ ଥିବା ବ୍ରହ୍ମପୁର ଏବଂ ହିଞ୍ଜିଳିକାଟୁର ଅଧିକାରୀ ମାନେ ତଦାରଖ କରିପାରୁନଥିବା ବେଳେ ସବୁ ଜାଣି ଅଜଣା ପରି ଅଭିନୟ କରୁଛନ୍ତି ।ଯାହା ଫଳରେ ସରକାରୀ ଅର୍ଥ ହରିଲୁଟ୍ କରିବାର ସହ ଶାସକ ଦଳର ହାତଗଣତି କର୍ମୀଙ୍କ ହାତଖର୍ଚ୍ଚ ତୁଲାଇବା ନେଇ ଏହା ଏକ ଉତ୍ତମ ମାଧ୍ୟମ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।
