ଏରସମା, 15/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଙ୍କ ସୁକନ୍ୟା ପ୍ରୀତି ନନ୍ଦା ରାଉତରାୟଙ୍କୁ କମ୍ୟୁନିଷ୍ଟ ନେତା କମ୍ରେଡ ଲୋକନାଥ ଚୌଧୁରୀଙ୍କ ତେଇଶିତମ ଶ୍ରାଦ୍ଧ ଉତ୍ସବ ଅବସରରେ ଲୋକନାଥ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ସଭାରେ ଶ୍ରେଷ୍ଠ କଣ୍ଠ ଶିଳ୍ପୀ ଭାବରେ "ଲୋକନାଥ ସ୍ମୃତି ସମ୍ମାନ" ପ୍ରଦାନ କରାଯାଇଛି l ଏହି ସଭାର ସଭାପତି ଶଶୀଭୁଷଣ ସ୍ୱାଇଁ , ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡlଇ,ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ବାଲିକୁଦା, ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପରେ ପରେ ଏହି ସମ୍ବର୍ଦ୍ଧନାର ଯୋଗ୍ୟତାକୁ ସାରସ୍ୱତ ମହାମଞ୍ଚ ସଭାପତି ପଣ୍ଡିତ ନାଗୁ ଚରଣ ଦେବତା,ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ,ସମ୍ବାଦ ସାହିତ୍ୟଘର ସଭାପତି ମହେଶ୍ୱର ସ୍ୱାଇଁ,ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ଡ଼ଃ ସଞ୍ଜୟ କୁମାର ବିଶ୍ୱାଳ,ଡ଼କ୍ଟର ବିରନାରାୟଣ ପାତ୍ର, ଅରୂପାନନ୍ଦ ସ୍ୱାଇଁ,ହେମନ୍ତ କୁମାର ନାୟକ ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ l