ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଜନତା ପାର୍ଟିର ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା

ରାୟଗଡ଼ା, 16/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡ଼ା: ତା : ୧୬/୦୫ ବିଜେପି ଦଳ ପକ୍ଷରୁ କଂଗ୍ରେସ, ବିଜେଡି ଓ ଇଣ୍ଡି ମେଣ୍ଟ ଦଳର ମହିଳା ବିରୋଧୀ ନୀତିକୁ ମହିଳା ମାନଙ୍କ ତୀବ୍ର ନିନ୍ଦା କରି ମହିଳାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ବିଜେପି ଦଳ ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା ଆରମ୍ଭ କରିଛି ।
Article Image
ଏହି ଅବସରରେ ରାୟଗଡ଼ା ମହିଳା ମାନଙ୍କ ପକ୍ଷରୁ ମହିଳା ଜନ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ରାୟଗଡ଼ା ନଗର ମଣ୍ଡଳ ଠାରେ ନଗର ଭାଜପାର ନଗର ମହିଳା ମୋର୍ଚ୍ଚା ନେତୃତ୍ୱରେ ବିଶାଳ ମହିଳା ଜନ ଆକ୍ରୋଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ସଂଖ୍ୟାରେ ମହିଳା ସ୍ଥାନିୟ ଜ୍ୟୋତି ମହଲ ହଟେଲ ଛକ ଠାରୁ କପିଳାସ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ବିରୋଧ ପ୍ରଦର୍ଶନ କରିଥିଲେ । ନାରୀ ସଂରକ୍ଷଣ ବିଲକୁ ପାରିତ ହେବାରୁ ବଞ୍ଚିତ କରିଥିବା ଇଣ୍ଡି ମେଣ୍ଟ ତଥା ବିରୋଧରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ସାଂସଦ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ନଗର ସଭାପତି ରାଜେଶ କୁମାର ପାଣିଗ୍ରାହୀ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ସାହୁ, ନଗର ପ୍ରଭାରୀ ଚକ୍ର ବିଡ଼ିକା, ଜିଲ୍ଲା ମହିଳା ନେତ୍ରୀ ରଜିତା କୋରଡ଼ା, ନଗର ସାଧାରଣ ସମ୍ପାଦକ ଅଜୟ ଚୁଲେଟ, ରାଜେଶ ନାଇଡ଼ୁ, ଉପସଭାତି ଦେବଗିରି ପଟ୍ଟନାୟକ, ବି.ଦେବୀ, ଶିବା ଭାସ୍କର, ରିଙ୍କି ସାହୁ, ସମ୍ପାଦକ ପି ସାଇ, ରାଜ୍ଯ ଜନଜାତି ମୋର୍ଚ୍ଚାର ଉପସଭାପତି ବସନ୍ତ ଉଲ୍ଲାକା, ସାଂସଦ ପ୍ରାର୍ଥୀ କାଳୀ ରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଣ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସ୍ଲା, ସମେତ ନଗର ଭାଜପାର ଅନେକ ନାରୀ ନେତ୍ରୀ, ଜିଲ୍ଲା ପଦାଧିକାରୀ ଏବଂ ବରିଷ୍ଠ ନେତୃବୃନ୍ଦ ସହ ବହୁ ସଂଖ୍ୟକ ମହିଳା କର୍ମୀ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ନାରୀ ସଶକ୍ତିକରଣ ପକ୍ଷରେ ନିଜର ସମର୍ଥନ ପ୍ରକାଶ କରିଥିଲେ।
Article Image
12