ଏରସମା, 17/05/2026, ଉତ୍କଳ voice news - utkalvoicenews.com *( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ମଝିସାହି ରାମଚଣ୍ଡୀ ପଡ଼ା ଠାରେ ନୂଆଗାଁ ରାମଚଣ୍ଡୀ ପଡ଼ାର ଗ୍ରାମବାସୀମାନେ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ଜିନ୍ଦଲ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟକି କାଜୁ, ଝାମୁ,ଆମ୍ବ ,ପଣସ ପ୍ରଭୁତି ବିଭିନ୍ନ ଗଛର କ୍ଷତି ପୁରଣ,ପାଚେରି ନିର୍ମାଣର କ୍ଷତିପୁରଣ ଓ ପାଇପି ଲାଇନର କ୍ଷତିପୁରଣ ବାବଦରେ ନୂଆଗାଁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ନୂଆଗାଁ ମହାବୀର ରୋଡ୍ ସ୍ଥିତ ଫାଟକ ନିକଟରେ ବିଭିନ୍ନ କ୍ଷତିପୁରଣ ଦାବିକୁନେଇ ଧାରଣାରେ ବସିଥିଲେ। ରାମଚଣ୍ଡୀ ପଡ଼ା ମଝିସାହି କମିଟିର ସଭାପତି ତୀର୍ଥରାଜ ମନ୍ତ୍ରୀ ଓ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ସ୍ୱାଇଁ ତିନିବର୍ଷ ହେବ ଗ୍ରାମବାସୀମାନଙ୍କ କ୍ଷତିପୁରଣ ବିଷୟରେ ଜିନ୍ଦଲ ଅଧିକାରୀଙ୍କ ସହିତ ଆଲୋଚନା କରିନଥିବାରୁ ଗ୍ରାମବାସୀମାନେ କମିଟିର ସଭାପତି ଓ ସମ୍ପାଦକଙ୍କ ବିନା ଧାରଣାର ବସିଥିଲେ। ଜିନ୍ଦଲ ଅଧିକାରୀ ସମରେନ୍ଦୁ ପଟ୍ଟନାୟକ ଓ ମିତ୍ରଭାନୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଧାରଣାର ବସିଥିବା ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବା ସହିତ ରାମଚଣ୍ଡୀ ପଡ଼ା ମା " ମଙ୍ଗଳା ଏସେ ଏଚେ ଜି ସେଣ୍ଟର ପ୍ରାଙ୍ଗଣ ନିକଟକୁ ଡାକି ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି କ୍ଷତିପୁରଣ ବାବଦରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଫକୀର ସ୍ୱାଇଁ,ସୁଦାମ ପଲେଇ, ରୋହିତ ଦାସ,ବିଦ୍ୟାଧର ସ୍ୱାଇଁ,ବାବୁଲି ସ୍ୱାଇଁ,କାନ୍ଦୁରୀ ସ୍ୱାଇଁ,ସେବତୀ ସ୍ୱାଇଁ, ପୂର୍ଣ୍ଣିମା ସ୍ଥାଇଁ, ଚନ୍ଦ୍ରମା ଭୂୟାଁ ସଶ୍ମୀତା ଦାସଙ୍କ ସମେତ ରାମଚଣ୍ଡୀ ପଡ଼ା ନୂଆଗାଁର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
