ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେବା ନିବୃତ ଅଧ୍ୟକ୍ଷ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଗଞ୍ଜାମ, 17/05/2026, ଉତ୍କଳ voice news - utkalvoicenews.comକନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ, ସି, ଏସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କୁ ଷଷ୍ଟି ପୂର୍ତ୍ତି ସମ୍ବର୍ଦ୍ଧନା ସମିତି ଟିକାବାଲି ମା ଭୈରବୀ କଲ୍ୟାଣ ମଣ୍ଡରେ ଓଡିଶା ସରକାରଙ୍କ
Article Image
ଓଡ଼ିଆ ଭାଷା ପ୍ରତିଷ୍ଠାନ ର ସ୍ୱତନ୍ତ୍ର ଅଧିକାରୀ ତଥା ସମ୍ବର୍ଦ୍ଧନା ସମିତିର ସଭାପତି ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସଭାପତିତ୍ୱକରି ମହାନ୍ତି ଜଣେ ନିଆରା ମଣିଷ ଜଣେ ଉତ୍ତମ ଶିକ୍ଷକ, ସୁବକ୍ତା, ନାଟ୍ୟକାର, ସାହିତ୍ୟିକ ଓ ଜଣେ ଦରଦୀ ମଣିଷ ବୋଲି ବକ୍ତବ୍ୟ ରଖି ଥିଲେ l ଅଧ୍ୟକ୍ଷ ମହାନ୍ତିଙ୍କ ବ୍ୟକ୍ତିତ୍ୱକୁ ନେଇ ସ୍ମୃତି ଗ୍ରନ୍ଥ ଅନ୍ଵେଷା ଅରୁଣିମା ଉନ୍ମୋଚିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ସମ୍ମାନିତ ଅତିଥିଭାବେ ଖଜୁରୀପଡା ବିଡ଼ିଓ ଦତ୍ତାତ୍ରେୟ ବାହିନୀ ପତି, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ,କଟକ ସିଡିଭିଓ ଡାକ୍ତର ସୁଶାନ୍ତ କୁମାର ନାୟକ, ରାଜ୍ୟ ଏସି ମୋର୍ଚ୍ଚାର ଉପସଭାପତି ରାମବିଶ ଦିଗାଲ, ଡ଼. ରମେଶ ପ୍ରଧାନ, ଡ଼. ତ୍ରିଲୋକ୍ୟ ସେନାପତି, ସମ୍ବର୍ଦ୍ଧନା ସଭାର ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମଞ୍ଚସୀନ ଥିଲେ ଟିକାବାଲି କଲେଜ ଛାତ୍ର ଛାତ୍ରୀ, କର୍ମଚାରୀ, ସନସାଧାରଣ, କଳାକାରମାଞ୍ଚ, କନ୍ଧମାଳ ର ପ୍ରାୟ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷl ଅଧ୍ୟାପକ, ଅଧ୍ୟାପିକା ଗଞ୍ଜାମ, ନୟାଗଡ଼, କୋରାପୁଟ, ଗଜପତି ଜିଲ୍ଲାରୁ କିଛି ଅଧ୍ୟକ୍ଷ, ଅଧ୍ୟାପକ କାର୍ଯ୍ୟକ୍ରମ ରେ ପାଞ୍ଚଶହ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ ଓ ପଚାଶ ରୁ ଅଧିକ ବ୍ୟକ୍ତି ମହାନ୍ତିଙ୍କ ଜୀବନ, କାର୍ଯ୍ୟ ଶୈଳୀଉପରେ ସ୍ମୁତିଚାରଣ କରିଥିଲେ l ଏ ପ୍ରକାର ଭବ୍ୟ ସମ୍ବର୍ଦ୍ଧନା ଆମ ଜିଲ୍ଲା ପାଇଁ ପ୍ରଥମ ବୋଲି ଆଲୋଚନା ହେଉଛି lଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଙ୍କ ନୃତ୍ୟ ଓ ବିରାଟ ପଟୁଆର ରେ ଅଧ୍ୟକ୍ଷ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଟିକାବାଲି ର ପ୍ରତ୍ୟେକ ସାମ୍ବାଦିକ ବନ୍ଧୁ ଶ୍ରୀଯୁକ୍ତ ମହାନ୍ତି ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l ଦୀନକୃଷ୍ଣ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ସହ ସମ୍ପାଦକ ମନୋଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l
11