ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ କଂଗ୍ରେସ ର ସାଧାରଣ ବୌଠକ ଓ ବିକ୍ଷୋଭ ପ୍ରଦର୍ଶନ

ଜଗତସିଂହପୁର, 17/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଆଜି ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା ଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ଓ ବରିଷ୍ଠ ନେତୃବୃନ୍ଦ ଙ୍କୁ ନେଇ ଯୋଗଧାରୀ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ କିପରି ଜିଲ୍ଲା ରେ ତୃଣମୂଳ ସ୍ତରରୁ ଯୁବ କଂଗ୍ରେସ କୁ ସୁଦୃଢ କରାଯିବ ସେ ସମ୍ବନ୍ଧରେ ବରିଷ୍ଠ ନେତୃତ୍ବ ଙ୍କ ସହ ଆଲୋଚନା କରି ଏକ ଖସଡା ପ୍ରସ୍ତୁତ କରାଯାଇଥିଲା ।
Article Image
ପରେ ଟାଉନ ହଲ ଠାରେ ବାରମ୍ବାର ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେଉଛି ଲକ୍ଷ ଲକ୍ଷ ପିଲା ଙ୍କ ଭବିଷ୍ଯତ କୁ ବିଜେପି ସରକାର ନଷ୍ଟ କରୁଛି ଏହାର ପ୍ରତିବାଦ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଙ୍କ କୁଶପୁତ୍ତଳିକା ଦାହ କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ଏବଂ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ । ଜିଲ୍ଲା କଂଗ୍ରେସ କମିଟି ମୁଖ ପାତ୍ର ଅଭିଜିତ ସାହୁ , ନଗର କଂଗ୍ରେସ କମିଟି ସଭାପତି ପ୍ରଶାନ୍ତ ମହାପାତ୍ର , ରଘୁନାଥପୁର ବ୍ଲକ କଂଗ୍ରେସ କମିଟି ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ପାରାଦ୍ବୀପ ନଗର କଂଗ୍ରେସ ସଭାପତି କେଦାର ବିଶ୍ବାଳ , ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ସୌଭାଗ୍ଯ ବିଶ୍ବାଳ , ଜିଲ୍ଲା ଅନୂସୂଚିତ ଜାତି ବିଭାଗ ର ସଭାପଚି ଲକ୍ଷ୍ମୀଧର ମଲ୍ଲିକ , ନାରାୟଣ ନାୟକ , ପ୍ରଦୀପ୍ତ ଦାସ , ବିଭୁ ରଞ୍ଜନ ସ୍ବାଇଁ , ସୁବାଷ ରାଟସିଂହ , ସୌମ୍ଯ ରଞ୍ଜନ ସ୍ବାଇଁ , ମୁକ୍ତାର ଅଲ୍ଲୀ , ବିଶ୍ବଜିତ ସେଠୀ , ରାକେଶ ମହାନ୍ତି , ରାହୁଲ ଦାସ , ସାଇପ୍ରଭଞ୍ଜନ ମହାପାତ୍ର , ସୁଶୀଲ ଦାସ , ସତ୍ଯନାରୟଣ ଦାଶ , ରଞ୍ଜନ କୁମାର ସେଠୀ , ହିମାଂଶୁ ପାଇଟାଲ , ଓମ୍ ପ୍ରକାଶ ବେହେରା , ଦିପ୍ତିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।
Article Image
Article Image
11