ଏରସମା, 18/05/2026, ଉତ୍କଳ voice news - utkalvoicenews.com *( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )*

ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ରାମତରା ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ ମଦ ବିକ୍ରିକରୁଥିବା ଜାଣି ରାମତରା ଗ୍ରାମର ୧୦୦ ରୁ ଉର୍ଦ୍ଧ ମହିଳା ମାନେ ଏକତ୍ରିତ ହୋଇ ଉଭୟ ସ୍ବାମୀ ଓ ସ୍ତ୍ରୀ କୁ ପୋଲିସ୍ ଡାକି ଧରାଇଦେଇଛନ୍ତି ।ଘଟଣାରୁ ପ୍ରକାଶ ଯେ ରାମତରା ଗ୍ରାମ ର କୃଷ୍ଣ ଚନ୍ଦ୍ର ସେଠୀ ମଦ ବିକ୍ରି କରୁଥିବା ଜାଣି ରାମତରା ଗ୍ରାମର ପ୍ରାୟ ୧୦୦ ରୁ ଅଧିକ ମହିଳା ଏକଯୁକ୍ଟ ହୋଇ ଘର ନିକଟକୁ ଯାଇଥିଲେ।ମଦ କାହିଁକି ବିକ୍ରି କରୁଛ ପଚାରିବାରୁ କୃଷ୍ଣ ଚନ୍ଦ୍ର ସେଠୀ ମହିଳା ମାନଙ୍କୁ ଗାଳି ଗୁଲଜ କରିଥିବା ନେଇ ମହିଳା ମାନେ ପ୍ରକାଶ କରିଛନ୍ତି।ଏମିତି କି ଧମକ ମଧ୍ୟ ମିଳିଛି ମହିଳାଙ୍କୁ ମାରିଦେବାକୁ।କୃଷ୍ଣ ଚନ୍ଦ୍ର ସେଠୀ ଦୁଇ ଦିନ ପୂର୍ବରୁ ମଦ କେଶ ରେ ଧରା ହୋଇ ଫେରିଥିବା ବେଳେ ଘରକୁ ଆସି ପୁର୍ନବାର ମଦ ବ୍ୟାପାର ଆରମ୍ଭ କରିଥିଲା ମହିଳା ମାନେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଧମକ ମିଳିଥିଲା।ମହିଳା ମାନେ ତୁରନ୍ତ ଏରସମା ପୋଲିସ କୁ ଫୋନ୍ କରିଥିଲେ।ଏରସମା ପୋଲିସ ଅଧିକାରୀ ପାର୍ଥ ପ୍ରିତମ ବେଉରା ଙ୍କ ତୁରନ୍ତ ଅକ୍ ଏକ ଟିମ୍ ଘଟଣା ସ୍ଥଳକୁ ପଠାଇଥିଲେ। ପୋଲିସ କୁ ଦେଖି କୃଷ୍ଣ ଚନ୍ଦ୍ର ସେଠୀ ଓ ତାଂକ ସ୍ତ୍ରୀ ଲୁଚି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉଭୟଙ୍କୁ କାବୁ କରିଥିଲା ଓ ପରେ ଆସାମୀ ର ଘର ଓ ବାରି ସର୍ଚ୍ଚ କରାଯାଇଥିଲା। ସର୍ଚ୍ଚ କରିବାରୁ ମାଟି ତଳୁ ମଦ ବୋତଲ ବାହାରିଥିଲା।ଘଟଣା ସ୍ଥଳରୁ ମଦ,ଏକ କଟୁରୀ ସହିତ ଏକ ଫ୍ରିଜ ମଧ୍ୟ ପୋଲିସ ସିର୍ଜ କରିଛି।ଉଭୟ ସ୍ବାମୀ ଓ ସ୍ତ୍ରୀ କୁ ଗିରଫ କରି ଏରସମା ପୋଲିସ ଥାନାକୁ ଆଣିଛନ୍ତି।

