ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦହିପାଣି ବଣ୍ଟନ

ପାରାଦୀପ, 18/05/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ପ୍ରଚଣ୍ଡ ଏନ୍ ସିସି କ୍ୟାଡୃଟ ମାନଙ୍କ ସହଯୋଗରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାରାଦୀପ କଲେଜ ଏନ ସି ସି ଆଲୁମୁନି ଆସୋସିଏସନ ଏବଂ ଏନ ସି ସି କ୍ୟାଡେଟ ମାନଙ୍କ ମିଳିତ ଉଦ୍ୟମରେ ଚାଲିଥିବା ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମର ୯ମ ଦିନ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଧାରଣ ଲୋକଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ସେ ପାରାଦୀପ କଲେଜ ଏନ ସି ସି ଆଲୁମୁନି ଆସୋସିଏସନ ଦ୍ୱାରା ନିୟମିତ ଭାବେ କରାଯାଉଥିବା ସମାଜସେବା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ବିଶେଷ କରି ସମୁଦ୍ର ବେଳାଭୂମି ସଫେଇ ଅଭିଯାନ, “ନିଶା ଛାଡ଼ନ୍ତୁ” ସଚେତନତା କାର୍ଯ୍ୟକ୍ରମ, “ପ୍ଲାଷ୍ଟିକ ବର୍ଜନ କରନ୍ତୁ” ଅଭିଯାନ, ରକ୍ତଦାନ ଶିବିର, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଗ୍ରୀଷ୍ମ ସମୟରେ ପକ୍ଷୀମାନଙ୍କ ପାଇଁ ପାଣି ଓ ଖାଦ୍ୟ ବ୍ୟବସ୍ଥା ଭଳି ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଏନ ସି ସି ଆଲୁମୁନି ଆସୋସିଏସନର ଉପଦେଷ୍ଟା ଲେଫ୍ଟେନାଣ୍ଟ କମାଣ୍ଡର ଏ. ସି. ମିଶ୍ର ଏବଂ ସଭାପତି ଅମ୍ବିକା ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ପଦ୍ମନାଭ ଦାସ, ହରପ୍ରିୟା ପଟ୍ଟନାୟକ, ବିକ୍ରମ ସିଂହ ମହାରଣା, ନିଳିମା ମହାପାତ୍ର, ଅନାଦି ସେନାପତି, ବିବେକାନନ୍ଦ ମହାପାତ୍ର, ପିକୁନ ସେନାପତି, ବିଜୟ ଘଡେଇ, କୋମଳିକା ଦାସ, ସୁଭଲକ୍ଷ୍ମୀ ବିଶ୍ୱାଳ, ସୁମିତ୍ରା ଗେଡି, ସୁମାଲି ସାସମଲ, ସୁଭସ୍ମିତା ମହାପାତ୍ର, ତେଜସ୍ୱିନୀ ମହାନ୍ତି ଏବଂ ସମସ୍ତ ଏନ ସି ସି କ୍ୟାଡେଟ ସକ୍ରିୟ ଭାବେ ଯୋଗଦେଇଥିଲେ । ଆସୋସିଏସନର ସଦସ୍ୟମାନେ କହିଥିଲେ ଯେ, “ନେଶନ ଫର୍ଷ୍ଟ” ମନୋଭାବ ସହ ଆଗାମୀ ଦିନରେ ମଧ୍ୟ ସମାଜ ଏବଂ ପରିବେଶ ସୁରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ।
10