ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନେସନାଲ ସ୍କୁଲ ବାର୍ଷିକ କ୍ରୀଡା ଉଦଯାପିତ

କୁଜଙ୍ଗ, 03/12/2024, ଉତ୍କଳ voice news - utkalvoicenews.com 3/12 କୁଜଙ୍ଗସ୍ଥିତ ନେସନାଲ ସ୍କୁଲ ଓ ସେଣ୍ଟ ଜାଭିଅର ଇଣ୍ଟରନେସନାଲ ସ୍କୁଲ ସତରତମ ବାର୍ଷିକ କ୍ରୀଡା ମଙ୍ଗଳବାର ଉଦଯାପିତ ହୋଇ ଯାଇଛି l ଚାରି ଦିନ ବ୍ୟାପି ଏହି କ୍ରୀଡାରେ ପ୍ରାୟ ଛଅଶହ ଛାତ୍ରୀଛାତ୍ର ଭାଗ ନେଇଥିଲେ l ଉଦଘାଟନ ଉତ୍ସବରେ ବି ସି କଲେଜ ପ୍ରାକ୍ତନ ପ୍ରିନସିପାଲ ଡକ୍ଟର ଗଙ୍ଗାଧର ସାମନ୍ତରାୟ ଯୋଗଦେଇ କ୍ରୀଡା ପତାକା ଉତୋଳନ କରିଥିଲେ l ବାର୍ଷିକ କ୍ରୀଡାରେ ଦୌଡ ଓ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ହୋଇଥିବା ବେଳେ ଚଳିତ ବର୍ଷ ଆନ୍ତସ୍କୁଲ କ୍ରିକେଟ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଉଦଯାପନ ଦିବସରେ ଛଦ୍ମବେଶ ପ୍ରତିଯୋଗିତାରେ ପ୍ରାୟ ଶହେରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ସୁନ୍ଦର ଅଭିନୟ କରିଥିଲେ l ମଙ୍ଗଳବାର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ଶିଶୁ ସାହିତ୍ୟିକ ଜୀବନାନନ୍ଦ ଅଧିକାରୀ ଓ ସମ୍ମାନିତ ଅତିଥି ଭାବେ ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ସ୍କୁଲ ଚେୟାରମ୍ୟାନ ଡକ୍ଟର ରଘୁନାଥ ସାହୁ ପ୍ରମୁଖ ଯୋଗଦେଇ କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ l ଦୁଇ ସ୍କୁଲ ପ୍ରିନସିପାଲ ପ୍ରମିଳା ନନ୍ଦ ଓ ସୁଧାକର ବିଶ୍ୱାଳ ସଂଯୋଜନା କରିଥିଲେ l ଶିକ୍ଷକ ରଶ୍ମିତା ଜେନା ,ଅମିତା ମହାପାତ୍ର ,ମନୋରମl ଭୋଳ,ଚିନ୍ମୟୀ ସ୍ୱାଇଁ ,ସସ୍ମିତା ମହାପାତ୍ର ,ମୋନାଲିସା ଦାସ ,ସିଲା ମହାପାତ୍ର ,ଶୁଭେନ୍ଦୁ ନାରାୟଣ ଖଟୁଆ ,ଲେଲିନ ଦାସ , ମହେଶ୍ୱର ମଲିକ ଓ ସଞ୍ଜୟ ଓଝା ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ l ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Article Image
Article Image
Article Image
Article Image
1