ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିମୂଳ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଲେ ଯାଦବ ମହାସଭାର କର୍ମକର୍ତ୍ତା

ବାଲିକୁଦା, 18/05/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତର ବରିମୂଳ ଗ୍ରାମରେ ଗତ ଶନିବାର ରାତ୍ର ୧୨ ଘଟିକା ସମୟରେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଯୁଧିଷ୍ଠିର ଦାସଙ୍କ ଚାଳଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ଯୁଧିଷ୍ଠିର ଙ୍କର ୬ ବଖରା ଚାଳଘର ସମେତ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଜଳି ପାଉଁଶ ହୋଇଯାଇଥିଲା । ଏହି ଦୁଃଖଦ ଖବର ପାଇ ବାଲିକୁଦା ବ୍ଲକ ଯାଦବ ମହାସଭା, ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭା ଓ ଜଗତସିଂହପୁର ଜିଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର କର୍ମକର୍ତ୍ତା ମାନେ ତାଙ୍କ ବରିମୂଳ ସ୍ଥିତ ବାସଭବନକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସମବେଦନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ହେମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ଜଗତସିଂହପୁର ଜିଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର ସଭାପତି ବିଶ୍ୱନାଥ ପରିଡ଼ା, କୋଷାଧ୍ୟକ୍ଷ ସ୍ମୃତିରଞ୍ଜନ ଦାସ, ଯୁବ ଯାଦବ ମହାସଭାର ବିକାଶ କୁମାର ପରିଡା, ନିରଞ୍ଜନ ଦାସ, ନରୋତ୍ତମଃ ଦାସ, ରାହୁଲ କୁମାର ଦାସ, ଶରତ ଚନ୍ଦ୍ର ଦାସ, ଅରବିନ୍ଦ ଦାସ, ଗୋପାଳ ଦାସ, ବିକାଶ ଦାସ ପ୍ରମୁଖ ଭେଟିବା ସହିତ ରାସନ ସାମଗ୍ରୀ ଓ ପିନ୍ଧା ବସ୍ତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ କିଭଳି ଭାବରେ ସରକାରୀ ସ୍ତରରେ ସାହାଯ୍ୟ ମିଳି ପାରିବ, ସେ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ପାଇଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Article Image
9