ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚିକିଟି ବ୍ଲକରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ / ଚିକିଟି, 18/05/2026, ଉତ୍କଳ voice news - utkalvoicenews.com18/5 ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପରିସରରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Article Image
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଏସ.ପି ଶ୍ରବଣା ବିବେକ ପ୍ରମୁଖଙ୍କ ସହ ଚିକିଟି ତହସିଲଦାର, ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ lଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଜନ ଶୁଣାଣିରେ ପେନସନ, ରାସନ କାର୍ଡ, ପାଣି ସମସ୍ୟା, ରାସ୍ତା ମରାମତି, ଆବାସ ଯୋଜନା ଓ ବିଦ୍ୟୁତ ସମସ୍ୟା ସମ୍ବନ୍ଧୀୟ ସହ ଚିକିଟି ଡିଜିଟାଲ ଓ ପ୍ରିଣ୍ଟ ମିଡ଼ିଆ ମହାସଂଘ ଏବଂ ଭଏସ ଅଫ ମିଡ଼ିଆ ପକ୍ଷରୁ ସାମ୍ବାଦିକ ମାନଙ୍କୁ ବ୍ଲକ ପ୍ରଶାସନ ର ଅଣଦେଖା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥି ସହ ମୋଟ ୫୦ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୪୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ଅନ୍ୟ ୫ ଟି ସାମୁହିକ ଅଭିଯୋଗ ଥିଲା।ଅଧିକାରୀମାନେ ୩ ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିବା ବେଳେ ସେଥି ମଧ୍ୟରୁ ଜଣକୁ ରେଡକ୍ରସ ପକ୍ଷରୁ ଆର୍ଥିକ ଦଶ ହଜାର ଟଙ୍କା ସାହାର୍ଯ୍ୟ କରାଯାଇ ଥିଲା। ଅନ୍ୟାନ୍ୟ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କହିଛନ୍ତି ଜିଲ୍ଲା ପ୍ରଶାସନ ।
7