ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଦ୍ୟାଳୟରୁ ଚୋରି ବେଳେ ରଙ୍ଗେ ହାତେ ଧରିଲେ ଗ୍ରାମବାସୀ.

ବୁଗୁଡ଼ା, 18/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି ବେଳେ ମାଡ଼ିବସିଲେ ଗ୍ରାମବାସୀ ।ସୂଚନା ଅନୁସାରେ ସନ୍ଧ୍ୟା ୫ଘଣ୍ଟ ସମୟରେ ବିଦ୍ୟାଳୟ ଭିତରେ କିଛି ଭାଙ୍ଗିବାର ଶବ୍ଦ ଶୁଣି କିଛି ଗ୍ରାମବାସୀ ବିଦ୍ୟାଳୟ କୁ ଯାଇ ଦେଖିଲାବେଳେ ବିଦ୍ୟାଳୟ ଫାଟକ ଖୋଲା ରହିଛି ଏବଂ ବିଦ୍ୟାଳୟ ଭିତରେ ଦୁଇଜଣ ବ୍ୟକ୍ତି ବସ୍ତା ଭିତରେ କିଛି ଜିନିଷ ଭର୍ତ୍ତିକରୁଛନ୍ତି ।ପାଖକୁ ଯାଇ ଦେଖିଲାବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିନୋଦ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ସେନାପତି, ବିଦ୍ୟାଳୟ ଖୋଲି ପିଲାଙ୍କ ରୋଷେଇ ପାଇଁ ବ୍ୟବହୃତ ରାସନ ସାମାନ ଗୁଡିକୁ ବସ୍ତା ରେ ଭର୍ତି କରିଥିବାବେଳେ କମ୍ପ୍ୟୁଟର ରୁମରୁ ଏକ ଫ୍ୟାନ ଖୋଲି ରଖିଥିଲେ। ଗ୍ରାମବାସୀ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ପରେ ଗ୍ରାମବାସୀ ବୁଗୁଡ଼ା ପୋଲିସକୁଖବର ଦେଇଥିଲେ ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରଧାନ ଶିକ୍ଷକ ଙ୍କୁ ତାଗିଦ କରିବାସହ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି କୁ ଡକାଇ ଏହାର ବିଚାର କରିବାପାଇଁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦେଶ ଦେଇଥିଲେ ।
Article Image
Article Image
16