ଏରସମା, 18/05/2026, ଉତ୍କଳ voice news - utkalvoicenews.com *( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :*
କାମୟାବ ଟିଭି ଜିଲ୍ଲା ସାମ୍ୱାଦିକ, ଏରସମା ର ସମୟ ର ପୂର୍ବ ରୁ ଅନେକ ଦିନ ସାମ୍ୱାଦିକ ଭାବେ କାର୍ଯ୍ୟ କରି ଜଣେ ନିର୍ଭୀକ ସମାଜ ସେବୀ ଓଡ଼ିଆ ରେ ପି ଜି କରିଥିବା ଜଣେ ଉଚ୍ଚ ଶିକ୍ଷିତ,ପରୋପକାରୀ ମଣିଷ, ସତସଙ୍ଗ ପ୍ରେମୀ ଶ୍ରୀ ପ୍ରଣତ କୁମାର ଗିରି ଗତ କାଲି ରାତିରେ ଦୁରାରୋଗ୍ୟ କିଡନୀ ରୋଗ ରେ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏ ଖବର ଶୁଣିବା ଖେଣି ପଦ୍ମପୁର, ଓଲରା ଓ ଏରସମା ଅଂଚଳ ରେ ଗଭୀର ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।ଏରସମା ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏ ଦୁଃଖଦ ସମୟରେ ପରିବାର ଲୋକଙ୍କୁ ଭଗଵାନ ଧର୍ଯ୍ୟ ଓ ସାହସ ଦୀୟନ୍ତୁ।