ଏରସମା, 18/05/2026, ଉତ୍କଳ voice news - utkalvoicenews.com *( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ ) :*
ବନ୍ଧୁତା ହିଁ ଏକମାତ୍ର ପବିତ୍ର ଓ ନିଃସ୍ଵାର୍ଥ ସମ୍ପର୍କ, ଯାହା ଯୁଗ ଯୁଗ ଯାଏ ବଞ୍ଚି ରହିଥାଏ। ଏ ଦୁନିଆରେ ପ୍ରତ୍ୟେକ ସମ୍ପର୍କ ଆମକୁ ଆମକୁ ବାଧ୍ୟ ବାଧକତାରେ ମିଳିଥାଏ, କିନ୍ତୁ କେବଳ ବନ୍ଧୁତାକୁ ହିଁ ଆମେ ନିଜେ ଚୟନ କରିଥାଉ।

ବନ୍ଧୁତା ହିଁ ଆମ ସହିତ ଯୁଗ ଯୁଗ ଧରି ରହିଥାଏ। ସେଇ ପବିତ୍ର ସମ୍ପର୍କକୁ ପୁଣି ଥରେ ଉଜାଗର କରିବା ପାଇଁ ଦୀର୍ଘ ୩୦ ବର୍ଷ ପରେ ଭିରଙ୍ଗ ଉଚ୍ଚ ବିଦ୍ୟାଳୟର ୧୯୯୬ ମେଟ୍ରିକ୍ ବ୍ୟାଚର "ବନ୍ଧୁ ମିଳନ" କାର୍ଯ୍ୟକ୍ରମ ୧୭ ତାରିଖରେ ଭିରଙ୍ଗ ପ୍ରାଥମିକ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭିରଙ୍ଗ ଉଚ୍ଚ ବିଦ୍ୟାଳୟର ୧୯୯୬ ବ୍ୟାଚର ସମସ୍ତ ଛାତ୍ର ଛାତ୍ରୀ, ତାଙ୍କ ପତ୍ନୀ, ପତି, ସନ୍ତାନ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ଶିକ୍ଷକ ଭକ୍ତ ଚରଣ ଦାସ, ଶୁଭ ନାରାୟଣ ଛୋଟରାୟ, ପ୍ରଭାକର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓ ସମସ୍ତେ ବନ୍ଦେ ମାତରଂ ସଙ୍ଗୀତ ଗାନ କରି ଉଦଘାଟନ କରିଥିଲେ। ଛାତ୍ର ମାନଙ୍କ ତରଫରୁ ଉତ୍ତରୀୟ ପ୍ରଦାନ କରି ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ,ଛାତ୍ର ମାନଙ୍କ ତରଫରୁ ବିଚିତ୍ର ବିଶ୍ଵାଳ ବୈଠକର ସଂଯୋଜନା କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ, ଶିକ୍ଷକ ପୀତାମ୍ବର ପ୍ରଧାନ, ମନୋଜ ସ୍ୱାଇଁ, ପ୍ରବୋଧ କୁମାର ରାଉତ, ରାଜୁ ସାର୍, ସମୀର ରଞ୍ଜନ ଦାସ, ପ୍ରକାଶ ସ୍ୱାଇଁ, ଆଦି ଛାତ୍ର ମାନଙ୍କ ଉଦ୍ଦେଶ୍ୟରେ ଆଶିର୍ବଚନ ପ୍ରଦାନ କରିଥିଲେ। ଛାତ୍ରମାନଙ୍କ ମଧ୍ୟରେ ଦୀପକ ଜେନା, ମୋହନ ପଣ୍ଡା, ଦୀପ୍ତି ରଞ୍ଜନ ରାଉତ, ଅନନ୍ତ ମହାନ୍ତି, ସୁବ୍ରତ ସ୍ୱାଇଁ, ପ୍ରଦ୍ୟୁମ୍ନ ଦାସ, ଅର୍ଜୁନ ମଲ୍ଲିକ, ମୋହନ ପଣ୍ଡା, ବିଚିତ୍ର ବିଶ୍ଵାଳ ଆଦି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ସସ୍ମିତା ମିଶ୍ର, ସୌଦାମିନୀ ସେଠୀ, ସାରଦା ରାଉତ, ଝରଣା ରାଉଳ, ମାନସୀ ସାହୁ, ସତ୍ୟଭାମା ମିଶ୍ର, ଅନିମା ନାୟକ, ସୁଦର୍ଶନ ବିଶ୍ଵାଳ, ସଞ୍ଜୟ ସାହୁ, ପ୍ରବୀର ବିଶ୍ଵାଳ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ସାଗରିକା ପୋଥାଳ, ସରୋଜିନୀ ମହାନ୍ତି, ତୁଷାର କାନ୍ତ ରାଉତ, ପ୍ରଶାନ୍ତ ମଲିକ, ବିଭୂତି ସ୍ୱାଇଁ,ଜ୍ୟୋସ୍ନା ସାହୁ,ମିନତୀ ବେହେରା,ସସ୍ମିତା ସ୍ୱାଇଁ,ସୌମିତ୍ର ରାଉତ, ଶ୍ରୀକାନ୍ତ ରାଉତ, ଶକ୍ତିକାନ୍ତ ରାଉତ ଇତ୍ୟାଦି ଛାତ୍ର ମାନେ ବହୁତ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରାଇଥିଲେ।

