ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବ ଶିଳ୍ପ ଉଦଗୀ ପାର୍ଥ ସାରଥି ମହାରଣା ସମ୍ବର୍ଦ୍ଧିତ।

ଏରସମା, 18/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ପଂଚାୟତ ସିହା ଗ୍ରାମର ଦେବେନ୍ଦ୍ର ମହାରଣା ଙ୍କ ପୁତ୍ର ପାର୍ଥ ସାରଥୀ ମହାରଣା ଙ୍କୁ କମ୍ୟୁନିଷ୍ଟ ନେତା କମ୍ରେଡ ଲୋକନାଥ ଚୌଧୁରୀଙ୍କ ତେଇଶିତମ ଶ୍ରାଦ୍ଧ ଉତ୍ସବ ଅବସରରେ ଲୋକନାଥ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ସଭାରେ"ଲୋକନାଥ ସ୍ମୃତି ସମ୍ମାନ" ପ୍ରଦାନ କରାଯାଇଛି l ଏହି ସଭାର ସଭାପତି ଶଶୀଭୁଷଣ ସ୍ୱାଇଁ , ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡlଇ,ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ବାଲିକୁଦା, ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ପ୍ରମୁଖ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପରେ ପରେ ଏହି ସମ୍ବର୍ଦ୍ଧନାର ଯୋଗ୍ୟତାକୁ ପୂଜ୍ୟ ପୂଜା ସଂସଦ ଏରସମାର ସଭାପତି ପଣ୍ଡିତ ନାଗୁ ଚରଣ ଦେବତା,ସମ୍ପାଦକ ମହେଶର ସ୍ୱାଇଁ , ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ,ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ଡ଼ଃ ସଞ୍ଜୟ କୁମାର ବିଶ୍ୱାଳ, ଅରୂପାନନ୍ଦ ସ୍ୱାଇଁ,ନରେନ୍ଦ୍ର କୁମାର ସ୍ୱାଇଁ,ହେମନ୍ତ କୁମାର ନାୟକ ପ୍ରମୁଖ ଉଚ୍ଚ ପ୍ରଶଂସା କରିଥିଲେ l
Article Image
18