ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଣ୍ଡିଖୋଲ ଛକରେ ମିଳୁନି ପାନୀୟ ଜଳ ପ୍ରଚଣ୍ଡ ରୌଦ୍ରତାପ ରେ ପାଣି ପାଇଁ ଯାତ୍ରୀ ଛଟପଟ : ପ୍ରଶାସନ ନୀରବ ।

ଯାଜପୁର, 19/05/2026, ଉତ୍କଳ voice news - utkalvoicenews.com *(ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :*
Article Image
ଦିନକୁ ଦିନ ରାଜ୍ୟରେ ଗିଷ୍ମ ପ୍ରବାହ ବଢୁଥିବା ବେଳେ ଚଣ୍ଡିଖୋଲ ଛକରେ ମିଳୁନି ପାନୀୟ ଜଳ ମୁଣ୍ଡ ଫଟା ଖରାରେ ଯାତ୍ରୀ ମାନେ ପାଣି ବୁନ୍ଦେ ପାଇଁ ଛଟପଟ ହେଉ ଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ପ୍ରତିଦ୍ବନ୍ଦୀତା ଭାବେ ଚଣ୍ଡିଖୋଲ ଛକର ଚର୍ତୁପାଶ୍ୱ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ,ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ,ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ,ଚଣ୍ଡିଖୋଲ ବସ ମାଲିକ ସଂଘ ଓ ବଡ଼ଚଣା ପୋଲିସ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଗୁଡିକ ଖୋଲି ଅତିଥିମାନଙ୍କୁ ଡକାଇ ଧୁମ ଧାମରେ ନିଜର ପ୍ରଚାର ପ୍ରସାର କରି କିଛି ଦିନ ଯାତ୍ରୀ ମାନଙ୍କୁ ଜଳ ଯୋଗାଇ ଦେଇଥିଲେ।କିନ୍ତୁ ଏବେ ଦିନକୁ ଦିନ ରୁଦ୍ର ତାପ ବଢ଼ି ବଢ଼ି ଚାଲୁଥିବା ସମୟ ରେ ଏହି ସମସ୍ତ ଜଳ ଛତ୍ର କେନ୍ଦ୍ର ଗୁଡିକୁ ବନ୍ଦ କରି ଦେଇଛନ୍ତି।କେବଳ ଉଦୀୟମାନ ପରିବାର ପକ୍ଷରୁ ପ୍ରତ୍ୟେକ ଦିନ ଜଳଛତ୍ର କେନ୍ଦ୍ରଟି ଚାଲୁରହିଛି ଏବେ ପ୍ରଚଣ୍ଡ ରୁଦ୍ରୋତାପ ରେ ଯାତ୍ରୀ ମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି।ଚଣ୍ଡିଖୋଲ ଛକ ଟି ୧୬ନମ୍ୱର୍, ୫୩ ନମ୍ୱର୍ ଜାତୀୟ ରାଜପଥର କେନ୍ଦ୍ରସ୍ଥଳ। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରୀଯାନ ଗାଡି ଓ ହଜାର ହଜାର ସଂଖ୍ୟାରେ ଯାତ୍ରୀମାନେ ବିଭିନ୍ନ ସ୍ଥାନ କୁ ଯିବା ଆସିବା କରିଥାନ୍ତି। ତତବ୍ୟତୀତ ଚାରି ଚକିଆ ଯାନ ସହିତ ବହୁ ସଂଖ୍ୟାରେ ବାଇକ୍ ଆରୋହୀ ମାନେ ଯାତାୟାତ କରିଥାନ୍ତି।କିନ୍ତୁ ଏହି ଛକ ରେ ପାଣିର ସୁବିଧା ନ ଥିବାରୁ ପ୍ରବଳ ଖରାରେ ବସ କୁ ଅପେକ୍ଷା କରିଥିବା ଯାତ୍ରୀ ଓ ବସ ରୁ ଓଲ୍ଲାଉଥିବା ଓ ପଥଚାରି ମାନେ ପାଣି ପାଇଁ ଡହଳ ବିକଳ ହୋଇ ଏଣେ ତେଣେ ଖୋଜୁଥିବାର ଦେଖାଯାଉଛି। ଚଣ୍ଡିଖୋଲ ଛକର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ଉଠା ଦୋକାନ ଗୁଡିକୁ ଭାଙ୍ଗି ଦେବା ପରେ ବଜାର ଶୁନ୍ୟ ଅବସ୍ଥାରେ ରହିଛି। ବଡ଼ଚଣା ପଞ୍ଚାୟତ ସମିତି ଓ ସୁଙ୍ଗୁଡ଼ା ପଞ୍ଚାଯତ ପକ୍ଷରୁ ଚଣ୍ଡିଖୋଲ ଛକରେ ପାନୀୟ ଜଳର କୌଣସି ସୁବିଧା କରି ନ ଥିବା ଦେଖିବାକୁ ମିଳିଛି।ଯାହା ଫଳରେ ଏଠି ସାଧାରଣ ଲୋକମାନେ ପାଣି ପାଇଁ ଶୋଷରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି। ଜୀବନ ବଞ୍ଚାଇବା ପାଇଁ ଜଳର ଆବଶ୍ୟକତା ରହିଛି।ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ନ ଖେଳି,ପ୍ରଶାସନ ପକ୍ଷରୁ ତୁରନ୍ତ ପାନୀୟ ଜଳ ର ବ୍ୟବସ୍ଥା କରିବାକୁ ସାଧାରଣ ରେ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଅଛି।
13