ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ଏବଂ ଜେଏସଡବ୍ଲ୍ୟୁ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଉଦଯାପନ ଉତ୍ସବ

ଏରସମା, 20/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ପ୍ରଥମ ଓଡ଼ିଆ ଜେଏସଡବ୍ଲ୍ୟୁ ଉତ୍ପାଦକ ଏରସମା ବ୍ଲକ, ବାମଦେଇପୂର ପଞ୍ଚାୟତ କଣ୍ଟେଇନାଳି ଗ୍ରାମରେ ଗ୍ରୀଷ୍ମକାଳୀନ ଶିବିରର ଉଦଯାପନ ବହୁ ଜାକଜମକରେ ପାଳିତ ହୋଇଛି। ଏହି ଉଦ୍ୟମ ବିଭାଗରେ କଣ୍ଟେଇନାଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିତ୍ରଭାନୁ ସାହୁ,ସଭାପତି ନିକୁଞ୍ଜ କୁମାର, ଉପସଭାପତି ରଶ୍ମିତା ବିଶ୍ଵାଳ, ଗ୍ରାମର ୱର୍ଡମେମ୍ୱର ପ୍ରତିନିଧି ଅକ୍ଷୟ ସେଠୀ,ପୂର୍ବତନ ୱାର୍ଡ଼ ମେମ୍ବର ଲିଙ୍ଗରାଜ ଜେନା,ମୁଖ୍ୟ ଅତିଥି କିଶୋର ଚନ୍ଦ୍ର ଜେନା ଏବଂ ଗ୍ରାମର ସମସ୍ତ ଅଭିଭାବକ, ୨ଟି ଗ୍ରାମର କୁନି କୁନି ପିଲା ତ ସହିତ ୨ ଟି ଗ୍ରାମର ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।ପ୍ରଥମ ର ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି ପ୍ରଥମ ର ଉଦେଶ୍ୟବିଷୟରେ ଆଲୋଚନା କରିବା ସହିତ ଶିବିର କାର୍ଯ୍ୟର ଉଦ୍ଦେଶ୍ୟ, ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଶେଷରେ ବିଭାଗୀୟ ପୂର୍ବ ପ୍ରସ୍ତୁତି ମେଳାରେ ଏକ ଶୁଭ ଗୀତ ସହ ଉପସ୍ଥିତ ପିଲା ମାନଙ୍କର ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ତା ସହିତ ଶିକ୍ଷାମୂଳକ ଜ୍ଞାନ କିଟ୍ ପ୍ରଦର୍ଶନ କରାଯାଇଥିଲା। କୃତି ଶିକ୍ଷାମୂଳକ ଅଭିଯାନ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସଭାକୁ ପ୍ରଥମ ଓଡ଼ିଆର ଜିଲ୍ଲା ସଂଯୋଜକ କୁମୁଦ ରଞ୍ଜନ ମହାନ୍ତି, ହେମନ୍ତ କୁମାର ପ୍ରଧାନ, ପ୍ରିୟବ୍ରତ ନାୟକ, ସୌଦାମିନୀ ସାହୁ,ଅନିତା ବେହେରା, ଶକୁଲି କଳାପାହାଡ଼ କାର୍ଯ୍ୟ କୁ ପରିଚାଳନା କରିଥିଲେ।
Article Image
7