ବାଲିକୁଦା, 20/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାଭର ଗ୍ରାମ ପଞ୍ଚାୟତ ଅଧୀନ ରଣପୁର ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ତଥା ପ୍ରସିଦ୍ଧ ଗୀତ ପ୍ରଚାରକ ସୁରେନ୍ଦ୍ର କୁମାର ମହାନ୍ତିଙ୍କର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଶାରୀରିକ ଅସୁସ୍ଥତାରେ ପୀଡ଼ିତ ଥିବାରୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି।

ସ୍ୱର୍ଗତ ମହାନ୍ତି ବାଲିକୁଦା ଅଞ୍ଚଳରେ ଗୀତ ଓ ଭାଗବତ ପ୍ରଚାର କ୍ଷେତ୍ରରେ ଜଣେ ସୁପରିଚିତ ବ୍ୟକ୍ତି ଥିଲେ। ତାଙ୍କର ଅକ୍ଳାନ୍ତ ପ୍ରୟାସରେ “ଜାଗ୍ରତ ଗୌରୀ ଗୀତ ପ୍ରଚାର ସମିତି, ରଣପୁର” ଏବଂ “ରଣପୁର ପାଲ ପରିଷଦ” ପ୍ରତିଷ୍ଠିତ ହୋଇଥିଲା। ଆଖପାଖ ଅଞ୍ଚଳରେ ଗୀତ, ଭାଗବତ ଓ ଧାର୍ମିକ ପ୍ରଚାର କାର୍ଯ୍ୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିବାରୁ ସେ ସମସ୍ତଙ୍କ ମଧ୍ୟରେ ବେଶ ପ୍ରିୟ ଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାର ପାଇବା ପରେ ବାଲିକୁଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ଗୀତ ପ୍ରଚାରକ, ଧାର୍ମିକ ବ୍ୟକ୍ତିତ୍ୱ ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ୱର୍ଗତ ମହାନ୍ତିଙ୍କ ପଛରେ ଚାରି ପୁଅ — କୃଷ୍ଣ ଚନ୍ଦ୍ର ମହାନ୍ତି, ବିଷ୍ଣୁ ଚରଣ ମହାନ୍ତି, ନାରାୟଣ ମହାନ୍ତି ଓ କରୁଣାକର ମହାନ୍ତି ସହ ପରିବାରବର୍ଗ ରହିଛନ୍ତି। ଆଜି ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡ଼ପୁଅ କୃଷ୍ଣ ଚନ୍ଦ୍ର ମହାନ୍ତି ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l