କୁଜଙ୍ଗ , 21/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା - (୧୯/୦୫/୨୦୨୬) :
ମହାନ ଜନ ନାୟକ ଲୋକନାଥ ଚୌଧୁରୀ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ, ତାଙ୍କ ର ପ୍ରିୟ ତିନି ଝିଅ ଓ ବହୁ କମ୍ରେଡ ଙ୍କ ସହ ବହୁ ରାଜ ନେତା, ସରପଞ୍ଚ, ପୂର୍ବତନ ସରପଞ୍ଚ, ଜିଲ୍ଲାପରିଷଦ ପ୍ରମୁଖ ଙ୍କ ସହ ବହୁ ମାନ୍ୟ ଗଣ୍ୟ
ବ୍ୟକ୍ତି ଯୋଗ ଦେଇଥିଲେ,ଉନ୍ମୋଚନ ପରେ ସମାରୋହ ବଜାର ପରିକ୍ରମା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ପ୍ରଦୀପ ପ୍ରଜ୍ବଳନ, ସମ୍ବଦ୍ଧନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,, ଜଗତସିଂହପୁର ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦ୍ବୀପ ମୁନିସିପାଲିଟି ଚେୟାରମ୍ୟାନ ବସନ୍ତ ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ଶ୍ରୀ ଶଶୀଭୁଷଣ ବେହେରା,ଯୁବନେତା କମ୍ରେଡ ରାମ କୃଷ୍ଣ ପଣ୍ଡା,,ରେଭେନ୍ସା ପୂର୍ବତନ ସଭାପତି ବିଜୟ ମହାନ୍ତି,ରାମଚଣ୍ଡୀ କୃଷକ ସଭା ର ବୀରେନ୍ଦ୍ର ସାମଲ,ପ୍ରମୁଖ ଯୋଗ ଦେଇ ଶ୍ରୀ ଲୋକନାଥ ଚୌଧୁରୀ ଙ୍କ 100ତମ ଜନ୍ମ ଜୟନ୍ତୀ ଅବସରରେ ତଥା ପୂର୍ଣ୍ଣ ପ୍ରତିମୂର୍ତ୍ତି ଅବୟବ ଉନ୍ମୋଚନ ଅବସରରେ ତାଙ୍କ ଜୀବନ ଓ ବ୍ୟତୀତ୍ଵ କୁ ନେଇ ଅନେକ ବକ୍ତବ୍ୟ ରଖିଥିଲେ।