ବାଲେଶ୍ୱର, 21/05/2026, ଉତ୍କଳ voice news - utkalvoicenews.com
ବାଲେଶ୍ଵର ଜିଲ୍ଲା ଖଇରା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ ପ୍ରଥମେ ଗତକାଲି ବାଲେଶ୍ଵର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଗଦାନ କରିବା ପରେ ଆଜି ସକାଳୁ ଖଇରା ତହସିଲ କାର୍ଯ୍ୟାଳୟରେ ଶ୍ରୀ ଗଦାଧର ସେଠୀ, ଶ୍ରୀ ପ୍ରୀୟଦର୍ଶୀ ରାଜେଶ୍ , ଅତିରିକ୍ତ ତହସିଲଦାର ଭାବେ ନିଜ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ଏଥିପୂର୍ବରୁ ଖଇରା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ପଦବୀରେ ଯୋଗଦାନ କରିଥିଲେ, ହେଲେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଅତିରିକ୍ତ ତହସିଲଦାର ଶ୍ରୀ ଗଦାଧର ସେଠୀ ବସ୍ତା ତହସିଲ କାର୍ଯ୍ୟାଳୟ ,ଶ୍ରୀ ପ୍ରୀୟଦର୍ଶୀ ରାଜେଶ୍ ବାଲେଶ୍ଵର ଜିଲ୍ଲା କାର୍ଯ୍ୟାଳୟରେ ଡେପୁଟେସନ ଭିତ୍ତିରେ ଅଳ୍ପ ଦିନ ଯାଇଥିଲେ, ପୁନଶ୍ଚ ପୁଣି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା
ବିଭାଗ, ଭୁବନେଶ୍ୱର ଙ୍କ ଆଦେଶ ଓ ନିର୍ଦ୍ଦେଶକ୍ରମେ ନିଜ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ଦୁଇଜଣ ଅତିରିକ୍ତ ତହସିଲଦାର ଖଇରା ତହସିଲ କାର୍ଯ୍ୟାଳୟରେ ଯୋଗଦାନ କରିବା ପରେ ଜନସାଧାରଣ, ବୁଦ୍ଧିଜୀବୀ ମହଲରେ , ଖୁସିର ଲହରୀ ଖେଳିଯାଇଛି, ଅତିରିକ୍ତ ତହସିଲଦାର ଙ୍କ ଯୋଗଦାନ ଦିବସ ଦିନ

ସରକାରୀ ଓକିଲ ଶ୍ରୀ ନିରଞ୍ଜନ ବେହେରାଙ୍କ ତତ୍ତ୍ବାବଧାନରେ ମୋହର ସଂଘ, ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ସାମ୍ବାଦିକ ସଂଘର ପଦ୍ମଲୋଚନ ଦାଶ, ପ୍ରଶାନ୍ତ କୁମାର ବେହେରା, ବଳରାମ ଲେଙ୍କା, ପ୍ରମୁଖ ଉପସ୍ଥିତ ରହି ଥିଲେ,
ଜନସାଧାରଣ ମାନେ ସମସ୍ତେ ସୁବିଧା ସୁଯୋଗ ପାଇପାରିବେ ବୋଲି ଆଶା କରିଛନ୍ତି, ଏବିଷୟରେ କିପରି ଆପଣଙ୍କର ସେବା ଜନସାଧାରଣ ପାଇପାରିବେ , ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ, ଅତିରିକ୍ତ ତହସିଲଦାର ଙ୍କ ଉତ୍ତର ଥିଲା ଜନସାଧାରଣ, କର୍ମଚାରୀ ମାନଙ୍କ ସହଯୋଗ ରହିଲେ ସମସ୍ତେ ସହଯୋଗ ସେବା ପାଇପାରିବେ ବୋଲି ଶ୍ରୀ ଗଦାଧର ସେଠୀ, କହିଥିଲେ !