ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଂଶୁଘାତରେ କଲେଜ କର୍ମଚାରୀଙ୍କ ମୃତ୍ୟୁ

ବୁଗୁଡ଼ା, 22/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲ୍ସ କଲେଜର ପିଅନ ଡାକ୍ତର ସ୍ବାଇଁ (ଡାକ)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ଦୁଇ ଘଣ୍ଟ ସମୟରେ ସେ ନିଜ ସାଇକଲ ଯୋଗେ ବେଠିଆବରୋଦା ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁରୁଝୋଳା ତୋଟା ନିକଟରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଡାକ୍ତର ସ୍ବାଇଁଙ୍କ ଏଭଳି ଆକସ୍ମିକ ବିୟୋଗରେ କଲେଜ କର୍ତ୍ତୃପକ୍ଷ, ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
24