ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲକ୍ଷ୍ମୀପୁର ଗ୍ରାମରେ ଗୀତା ମହାଯଜ୍ଞ ଅନୁଷ୍ଠିତ

ବୁଗୁଡ଼ା, 13/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଲକ୍ଷ୍ମୀପୁର ଗ୍ରାମର ସ୍ବର୍ଗତ ଶ୍ରୀଧର ପାଢ଼ିଙ୍କ ପ୍ରଚେଷ୍ଟା ଦ୍ବାରା ବିଗତ ୧୬ ବର୍ଷ ପୂର୍ବେ ଏହି ଯଜ୍ଞ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ମାଘ ପୂର୍ଣ୍ଣିମା ଦିନ ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି।
Article Image
ଚଳିତ ବର୍ଷ ୧୦ ତାରିଖ ବୁଧବାର ଦିନ ଦିବା ୧୦ ଘଂଟିକା ସମୟରେ ବୈଦିକ ପୂଜାବିଧି ଆରମ୍ଭ ହୋଇଥିଲା। କର୍ତ୍ତାରୂପେ ସ୍ବର୍ଗତ ଶ୍ରୀଧର ପାଢ଼ିଙ୍କ ପୁତ୍ର ସୁଶାନ୍ତ ପାଢ଼ି ଓ ପୁତ୍ରବଧୁ ରଞ୍ଜିତା ପାଢି଼ ପୁଜା କାର୍ଯ୍ୟ ସମ୍ପାଦନା କରିଥିଲେ। ପୁରୋହିତ ଭାବେ ପଣ୍ଡିତ ଉମା ତନୟ ହୋତା, ଶଶାଙ୍କ ଶେଖର ହୋତା, କାଳୀ ଚରଣ ମିଶ୍ର ଓ ବିନାୟକ ମିଶ୍ର ଯୋଗ ଦେଇ ଯଜ୍ଞରେ ବୈଦିକ ପୂଜା, ବିଧି ପୂର୍ବକ କରିଥିଲେ। ଏବଂ ଅନ୍ନ ଯଜ୍ଞ ହୋଇଥିବା ବେଳେ ଆଖପାଖ ଗ୍ରାମ ସଙ୍ଗରେ ଲକ୍ଷ୍ମୀପୁର ଗ୍ରାମବାସୀ ମାନେ ଯଜ୍ଞ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଵା ବେଳେ ବହୁ ଜନ ସମାଗମ ହେବାର ଦେଖିବାକୁ ମିଳିଥିଲା।
Article Image
1