ଜଗତସିଂହପୁର, 22/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ତା.21.05. 2026
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ଗ୍ରାମ ପଞ୍ଚାୟତର ଆଶ୍ରମ ପାଟଣାସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ନିହାରିକା ମୁଦୁଲି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +2 କଳା ପରୀକ୍ଷାରେ ଛଅ ଶହରୁ ପାଞ୍ଚ ଶହ ଚାଳିଶି ( 540/600 ) ଶତକଡା 90 ମାର୍କ ହାସଲ କରି କଲେଜ ଟପର ହେବା ସହିତ ନିଜ ଯୋତ ଗ୍ରାମ ତଥା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ମଣ୍ଡନ କରିଛନ୍ତି I ଛାତ୍ରୀ ନିହାରିକା ମୁଦୁଲି ଯୋତ ଗ୍ରାମର ଶ୍ରୀଯୁକ୍ତ ସନାତନ ମୁଦୁଲି ଓ ସୁକାନ୍ତି ମୁଦୁଲିଙ୍କ ସୁଯୋଗ୍ୟା କନ୍ୟା ଅଟନ୍ତି I ସେ ଜଣେ କଠିନ ପରିଶ୍ରମୀ, ନିଷ୍ଠାପର, ସଂସ୍କାରି ଓ ମେଧାବୀ ଛାତ୍ରୀ ଅଟନ୍ତି I ଏହି ସଫଳତାର ଶ୍ରେୟ ନିଜ ପିତାମାତା, ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି I ଭବିଷ୍ୟତରେ ସେ ରାଜନୀତି ବିଜ୍ଞାନରେ ଅଧ୍ୟାପିକା ହେବା ସହିତ ପ୍ରଶାସନିକ ସେବାରେ ଯୋଗଦାନ କରି ଲୋକ ମାନଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି I ଏଥି ସହିତ ପିଙ୍କିନା ପାତ୍ର 495/600 ମାର୍କ ହାସଲ କରି ଦ୍ଵିତୀୟ ଏବଂ ପ୍ରୀତିମୟୀ ଦାସ 492/600 ମାର୍କ ହାସଲ କରି ତୃତୀୟ ହୋଇଛନ୍ତି I