ବାଲେଶ୍ଵର, 22/05/2026, ଉତ୍କଳ voice news - utkalvoicenews.com
ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ସଦ୍ଯ ପ୍ରକାଶିତ ଯୁକ୍ତ ୨ ବିଜ୍ଞାନ ଫଳାଫଳରେ ଯାଜପୁର ପ୍ରୟାସ ଯୁକ୍ତ -ଦୁଇ ବିଜ୍ଞାନ ବିଦ୍ୟାଳୟର ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଗୈରବମୟ ସ୍ଥାନ ଅଧିକାରକରିଛନ୍ତି, ସୁଶ୍ରୀ ସାଇ ସିଦ୍ଧି ନାୟକ, ପିତା, ସିନ୍ଦେଶ୍ବର ନାୟକ, ମାତା ଶ୍ରୀମତୀ ସଂଯୁକ୍ତା ନାୟକ, ଏହି ବିଦ୍ୟାଳୟର ଟପ୍ପର ହେବାର ସୈଭାଗ୍ଯ ଅର୍ଜନ କରିଛନ୍ତି, ସେ ଜଣେ ଆଦର୍ଶ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି, ମାର୍କ ୫୭୫/୬୦୦= ୯୫.୮୩% ହାସଲ କରିବା ପ୍ରୟାସ ଯୁକ୍ତ -ଦୁଇ ବିଜ୍ଞାନ ବିଦ୍ୟାଳୟ ପାଇଁ ଏକ ଐତିହାସିକ କୀର୍ତ୍ତିମାନ। ଏହି ସଫଳତା ପଛରେ ଅଛି ଛାତ୍ରଛାତ୍ରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଶିକ୍ଷକମାନଙ୍କ ସମର୍ପିତ
ମାର୍ଗଦର୍ଶନ, ଏବଂ ପ୍ରୟାସ ବିଜ୍ଞାନ ବିଦ୍ୟାଳୟର ଶକ୍ତିଶାଳୀ ଆକାଦେମିକ୍ ପ୍ରଣାଳୀ, ଏହା କେବଳ ଏକ ଫଳାଫଳ ନୁହେଁ, ବରଂ ନିଷ୍ଠା, ଶୃଙ୍ଖଳା, ଏବଂ ସଂଯୁକ୍ତ ପ୍ରୟାସର ଜୀବନ୍ତ ପ୍ରତିଫଳନ। ଏହି ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେବା ସହିତ ନିଜର ପିତା, ମାତା ଓ ଶ୍ରୀ ସର୍ବେଶ୍ଵର ନାୟକ, ବଡ ବାପାଙ୍କୁ ଶ୍ରେୟ ଦେଇଛନ୍ତି