ଏରସମା, 22/05/2026, ଉତ୍କଳ voice news - utkalvoicenews.com (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ) :

ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ। ନାରୀ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ବିଜେପି ସରକାର ବିରୋଧରେ ପ୍ରତିବାଦ ମହିଳା ସମାବେଶ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତହସିଲ୍ ପଡିଆ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା।ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ବରେ ବାଲିକୁଦା ଓ ଏରସମା ଉଭୟ ବ୍ଲକରୁ ହଜାର ହଜାର ମହିଳା ମାନେ ଯୋଗଦେଇଥିଲେ।ସର୍ବପ୍ରଥମେ ବିଜେଡ଼ି ପାର୍ଟି ଅଫିସ ରୁ ଏକ ବିଶାଳ ରାଲି ବାହାରି ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଲାପରେ ଏରସମା ପଞ୍ଚାୟତ ସମିତି ଦେଇ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଉକ୍ତ ସଭାରେ ଜଗତସିଂହପୁର ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର ସଭାର ସଭାପତିତ୍ବ କରିଥିଲେ।ଉକ୍ତ ସଭାରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ମହିଳା ବିଜୁ ଜନତା ଦଳ ବାଲିକୁଦା ବ୍ଲକ ର ସଭାନେତ୍ରୀ ଜୟଶ୍ରୀ ଦର୍ପଦଳନୀ ମଲ୍ଲିକ,ମହିଳା ବିଜୁ ଜନତା ଦଳ ଏରସମା ବ୍ଲକ ର ସଭାନେତ୍ରୀ ପୁଷ୍ପାଞ୍ଜଳି ବେହେରା,ବାଲିକୁଦା ବ୍ଲକ ର ଜିଲ୍ଲା ପରିଷଦ ସଦସ୍ୟା ରୁନିଲତା ବେହେରା,ବାଲିକୁଦା ବ୍ଲକ ର ଜିଲ୍ଲା ପରିଷଦ ସଦସ୍ୟା ଡ଼ଲି ପଣ୍ଡା,ଏରସମା ବ୍ଲକ ର ଜିଲ୍ଲା ପରିଷଦ ସଦସ୍ୟା ରାଣୀ ଟୁଡୁ, ଏରସମା ବ୍ଲକ ମହିଳା ବିଜୁ ଜନତା ଦଳର ପୂର୍ବତନ ମହିଳା ସଭାନେତ୍ରୀ ପ୍ରଦାୟିନୀ ମହାନ୍ତି,ରାଜ୍ୟ ମହିଳା ବିଜୁ ଜନତା ଦଳ ସଂପାଦିକା ତଟୀନା ସ୍ବାଇଁ,ରାଜ୍ୟ ମହିଳା ବିଜୁ ଜନତା ଦଳର ଉପ ସଭାନେତ୍ରୀ ବବିତା ସ୍ବାଇଁ ,ରାଜ୍ୟ ବିଜୁ ମହିଳା ଜନତା ଦଳ ସାଧାରଣ ସଂପାଦିକା ମିନତୀ ବେହେରା,ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଜ୍ୟୋତ୍ସ୍ନା ପରିଡ଼ା,ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ ପ୍ରକାଶ ପ୍ରଧାନ, ବିଜୁ ଜନତା ଦଳ ଏରସମା ବ୍ଳକ ର ସଭାପତି,ପିତବାସ ଗଚ୍ଛାୟତ ଓ ବିଜୁ ଜନତା ଦଳ ବାଲିକୁଦା ବ୍ଳକ ର ସଭାପତି ରତ୍ନାକର ନାୟକ
ନିଜ ନିଜର ଅଭିଭାଷଣ ରଖିଥିଲେ। ଶେଷରେ ସ୍ବର୍ଣପ୍ରଭା ସେନାପତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ। ସଭା ଶେଷରେ ମହାମହିମ ରାଷ୍ଟ୍ରପତି (ଦ୍ରୌପଦୀ ମୁର୍ମୁ )ଙ୍କ ନିକଟକୁ ତହସିଲଦାର ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।

