ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୋଖରୀ ଆଉ କୁଟା ଗଦାରୁ ମିଳୁଛି ପୂଳା ପୁଲା ମଦ।

ଏରସମା, 22/05/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )
Article Image
ଏରସମା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢ଼ିବାରେ ଲାଗିଛି।ଏରସମା ବ୍ଲକ ଗଡହରିଶପୂର୍ ଗ୍ରାମର ହରିପଦ ତୋଳା ନାମକ ବ୍ୟକ୍ତି ଚୋରା ମଦ ବିକ୍ରି କରୁଥିବା ଜାଣି ଝାଂଶୀରାଣୀ ସଂଗଠନର ମହିଳାମାନେ ବିରୋଧ କରିଥିଲେ।ଯାହା ଫଳରେ ହରିପଦ ତୋଳା ଓ ତାଙ୍କ ସ୍ତ୍ରୀ ମହିଳା ମାନଙ୍କୁ ଖରାପ ବ୍ୟବହାର କରିବା ସହିତ ମାରିବାକୁ ଧମକ ଦେଇଥିଲେ।ଏମିତିକି ହରିପଦ ତୋଳାଙ୍କ ସ୍ତ୍ରୀ ମହିଳା ଙ୍କ ହାତମୋଡ଼ି ଦେଇଥିଲେ ବୋଲି ସଂଘ ର ମହିଳା ପ୍ରକାଶ କରିଛନ୍ତି।ମହିଳା ମାନେ ତୁରନ୍ତ ଏରସମା ପୋଲିସ୍ କୁ ଖବର ଦେଇଥିଲେ।ଏରସମା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ପାର୍ଥ ପ୍ରତିମ୍ ବେଉରାଙ୍କ ନେତୃତ୍ୱ ରେ ଏସ ଆଇ (SI) ପ୍ରମୋଦ କୁମାର ରାୟ ଓ କନେଷ୍ଟବଳ ତ୍ରିନାଥ ଭୋଳ,ସାମଲ ସନ୍ତୁ ସହ ଏକ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ମହିଳାମାନେ ଠେଙ୍ଗା ବାଡ଼ି ଧରି ପୋଖରୀ ଭିତରକୁ ଖୋଜା ଖୋଜି କରିବା ସହିତ ବାରି ଘର ସବୁ ଖୋଜି ବୁଲିଲେ। ଜାଲରେ ବନ୍ଧା ହୋଇ ପୋଖରୀରେ ଲୁଚା ଯାଇଥିବା ମଦ ମିଳିଲା ତାହା ସହିତ କୁଟାଗଦା ଭିତରୁ ବି ମିଳିଲା ପୂଳା ପୂଳା ମଦ।ଏରସମା ପୋଲିସ ଘଟଣା ସ୍ଥଳ ରୁ ବିପୁଳ ପରିମାଣର ମଦ ସହିତ ଏକ ଫ୍ରିଜ ଜବତ କରି ଥାନା କୁ ଆଣିଥିଲେ।ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଯାଇଥିଲା।ଘଟଣା ସ୍ଥଳରେ କିଙ୍ଗଫିସର୍ ବିୟର ବୋତଲ (୬୫୦ ML)*୮୨ ବୋତଲ=(୫୩.୩୦୦ ଲିଟର) ମ୍ୟାକଡୋୱେଲ୍ ନମ୍ବର ୱାନ ରମ୍ (୭୫୦ ML)* ୨୪ =(୧୮ ଲିଟର),
Article Image
ରୟାଲ୍ ଚ୍ୟାଲେଞ୍ଜ (୧୮୦ML)*୧୨ ବୋତଲ=(୨.୧୬୦ଲିଟର) ସର୍ବମୋଟ ୭୩.୪୬୦ ଲିଟର ମଦ ଜବତ ହୋଇଥିଲା।
Article Image
Article Image
Article Image
9