ଜଗତସିଂହପୁର, 22/05/2026, ଉତ୍କଳ voice news - utkalvoicenews.com ( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡକ୍ଟର ସୁନାକର ବେହେରା ଙ୍କୁ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ପୂର୍ବ ପ୍ରାନ୍ତୀୟ ସମ୍ପାଦକ ରୂପେ ମନୋନୀତ କରାଯାଇଛି । ଡ଼ଃ ବେହେରା ପୂର୍ବରୁ ଓଡିଶା ସାମ୍ବାଦିକ ସଂଘ ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି ଦାୟିତ୍ୱରେ ଦୀର୍ଘ ନଅ ବର୍ଷ ଧରି ସଂଘୀୟ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ସହିତ ଜାତୀୟ, ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ସରକାରୀ,ବେସରକାରୀ ଓ ସାମାଜିକ ସଂଗଠନ ମାନଙ୍କରେ ନିଜର କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତାକୁ ନିଷ୍ଠାପର ଭାବେ ପ୍ରତିପାଦିତ କରି ଆସୁଥିବାରୁ ଆଜି ଓଡିଶା ସାମ୍ବାଦିକ ସଂଘ ଦ୍ୱାରା ଆୟୋଜିତ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ସତ୍ୟନଗର ପୂର୍ତ୍ତ ବିଭାଗ ସରକାରୀ ଡାକବଙ୍ଗଳା ସଭାଗୃହରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କ ସର୍ବସମ୍ମତି କ୍ରମେ ଡ଼ଃ ବେହେରାଙ୍କୁ ରାଜ୍ୟର ପୂର୍ବ ପ୍ରାନ୍ତୀୟ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ବୈଠକରେ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନେ ଡ଼ଃ ବେହେରାଙ୍କୁ ତାଙ୍କର ପୂର୍ବର ସଂଘୀୟ କାର୍ଯ୍ୟ ଶୈଳୀଙ୍କୁ ସାଧୁବାଦ ଦେବା ସହିତ ଆହୁରି ଅଧିକ କିଭଳି ଭାବରେ ସଂଘୀୟ କାର୍ଯ୍ୟକ୍ରମ କ୍ରିୟାଶୀଳ ଓ ଶାଣିତ ହେବ ସେଥିପାଇଁ ଦୃଢ ଆଶା ପୋଷଣ ବ୍ୟକ୍ତ କରିଥିଲେ । ଉକ୍ତ ବୈଠକରେ ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୁଷଣ ପ୍ରହରାଜ, ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା,ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ,ମାନସ ଓଝା,ରାଜ୍ୟ ଉପସଭାପତି ରମଣୀ ରଞ୍ଜନ ଦାସ,ଦୀପକ କୁମାର ନାୟକ,ସୁଶାନ୍ତ କୁମାର ମହାପାତ୍ର, ରାଜ୍ୟ କୋଷାଧକ୍ଷ ଅରୁଣ କୁମାର ଷଡଙ୍ଗୀ, ଜଗତସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ମହାନ୍ତି , କଟକ ଜିଲ୍ଲା ସାଧାରଣ ସମ୍ପାଦକ ମଳୟ ଷଡ଼ଙ୍ଗୀ ଏହି କାର୍ଯ୍ୟ କାରିଣୀ ବୈଠକରେ ଓଡିଶା ର ତିରିଶ ଗୋଟି ଜିଲ୍ଲାର ଜିଲ୍ଲା ସଭାପତି, ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଡ଼ ବେହେରାଙ୍କୁ ପ୍ରେସ କ୍ଲବ ରାହାମା ତରଫରୁ ସଭାପତି ତଥା ଓଡିଶା ସାମ୍ବାଦିକ ସଂଘର ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଡ଼ ମାନସ ମହାନ୍ତି, ପ୍ରେସ କ୍ଲବ ରାହାମା ସମ୍ପାଦକ ଶ୍ରୀକାନ୍ତ ଦାସ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ନି୍ଲିପ୍ତ ଦାସ, ସୁଶାନ୍ତ ମଲ୍ଲିକ ନୃସିଂହ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି