ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିମୂଳ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଲେ ଜିଲ୍ଲା ପରିଷଦ ସଭ୍ୟା ଓ ମହିଳା ପ୍ରତିନିଧି ମଣ୍ଡଳୀ

ଏରସମା, 22/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ତା - ୨୨।୫ : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରା ପଞ୍ଚାୟତର ବରିମୂଳ ଗ୍ରାମରେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ଯୁଧିଷ୍ଠିର ଦାସଙ୍କ ଚାଳଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ଯୁଧିଷ୍ଠିର ଙ୍କର ୬ ବଖରା ଚାଳଘର ସମେତ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଜଳି ପାଉଁଶ ହୋଇଯାଇଥିଲା । ଏହି ଦୁଃଖଦ ଖବର ପାଇ ବାଲିକୁଦା ବ୍ଲକ ତିନି ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ରୁନିଲତା ବେହେରା ଓ ମହିଳା ପ୍ରତିନିଧି ମଣ୍ଡଳୀ ମାନେ ତାଙ୍କ ବରିମୂଳ ସ୍ଥିତ ବାସଭବନକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସମବେଦନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିକୁଦା ବ୍ଲକ୍ ୩ନଂ ଜୋନ୍ ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ତିତିରା ସରପଞ୍ଚ ପ୍ରଣତି ମଞ୍ଜରୀ ନାୟକ, ରାହାଣ ସରପଞ୍ଚ ନଳିନୀ ପ୍ରଭା ପାଢ଼ୀ, ସମିତିସଭ୍ୟା ଲିଜାରାଣୀ ନାୟକ ପ୍ରମୁଖ ଭେଟିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ କିଭଳି ଭାବରେ ସରକାରୀ ସ୍ତରରେ ସାହାଯ୍ୟ ମିଳି ପାରିବ, ସେ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରାଯିବା ପାଇଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
Article Image
9