ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି

ବୁଗୁଡ଼ା, 22/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଗତକାଲି ଅପରାହ୍ନରେ କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି। ଅପରାହ୍ନରେ କଳାମେଘ ଘୋଟି ବିଜୁଳି, କାନତଡକା ଘଡଘଡି ଓ କୁଆପଥର ମାଡ ସହ ଅସରାଏ ବର୍ଷା ହୋଇଥିଲା। ଏଥି ସହ ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଗୋଲିଆ ପଞ୍ଚାୟତର ଆଖପାଖ ଗ୍ରାମର ରାସ୍ତାକଡସ୍ଥ ଅନେକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା ବେଳେ କେତେକ ବିଦ୍ଯୁତ୍ ଖୁଣ୍ଟ ଢଳିପଡି ବିଦ୍ଯୁତ୍ ବିଭ୍ରାଟ ଘଟିଥିଲା। କାଳବୈଶାଖିର ତାଣ୍ଡବ କାଳରେ ବିଜୁଳି ଓ ଘଡଘଡି ପ୍ରଭାବରେ କେତେକଙ୍କ ଘରୋଇ ବୈଦ୍ଯୁତିକ ଉପକରଣ ପୋଡି କ୍ଷତି ଘଟିଥିଲା।
Article Image
8