ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ , ତଦନ୍ତ ପାଇଁ ପହଞ୍ଚିଲା ଜିଲ୍ଲା ସ୍ତରୀୟ ଟିମ୍

ବୁଗୁଡା, 13/02/2025, ଉତ୍କଳ voice news - utkalvoicenews.com (ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୨ରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାର୍ଥକ ସଂକେତ ବିଶ୍ବାଳଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କେ ଦର୍ଶାଇ ତାଙ୍କ ବିରୁଦ୍ଧରେ ବୁଗୁଡାର କେତେକ ବ୍ଯକ୍ତିଙ୍କ ପକ୍ଷରୁ ଗତ ମାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ବହୁ ଅଭିଯୋଗ ସମ୍ବଳିତ ଏକ ଦରଖାସ୍ତ ପ୍ରେରଣ କରାଯାଇଥିଲା। ଉକ୍ତ ଦରଖାସ୍ତରେ ଅଭିଯୋଗ ରହିଥିଲା ଯେ ଆୟୁଷ ଡାକ୍ତର ସାର୍ଥକ ସଙ୍କେତ ବିଶ୍ବାଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରେ ଅବହେଳା କରିବା ସହ ନିଜ ଘରେ କ୍ଲିନିକ କରି ଗରିବ ଲୋକଙ୍କୁ ଜେନେରିକ ମେଡ଼ିସିନ ଦେଇ ଠକୁଛନ୍ତି , ଅବିବାହିତ ଝିଅଙ୍କ ଗର୍ଭ ନଷ୍ଟ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି , ନିରାମୟରୁ ଗରିବ ଲୋକଙ୍କୁ ମେଡିସିନ ନଦେଇ ନିଜ ପରିଚିତ ଦୋକାନକୁ ପଠାଉଛନ୍ତି କିମ୍ବା ନିଜ ଘରେ ରଖିଥ‌ିବା ଜେନେରିକ ମେଡିସିନ ରୋଗୀଙ୍କୁ ଦେଇ ଅଧିକ ଅର୍ଥ ଆଦାୟ କରୁଛନ୍ତି , ଡ୍ୟୁଟି ସମୟରେ ମେଡିକାଲରେ ନରହି ନିଜ ଘରେ ଚିକିତ୍ସା କରୁଛନ୍ତି । ଏଥି ସହ ଆରୋଗ୍ଯ ପାଇଁ ଆସୁଥିବା ରୋଗୀଙ୍କୁ ମେଡିକାଲରେ ମିଳୁଥବା ନିରାମୟରୁ ମେଡିସିନ ନଦେଇ ନିଜର ସେଟିଙ୍ଗ୍ କମ୍ପାନୀର ମେଡିସିନ୍ ଯାହାକି ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳିଥାଏ, ସେଠାରୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ନିଜ ଘରେ ଅନେକ ବର୍ଷ ହେଲା କ୍ଲିନିକ କରି ସମସ୍ତ ବିଭାଗର ରୋଗୀଙ୍କୁ ଚିକିତ୍ସା କରି ଅଜସ୍ର ଅର୍ଥ ଆଦାୟ କରୁଛନ୍ତି । ଏପରିକି ସାଧାରଣ ଜ୍ବର ହୋଇଥିଲେ ବି ଘରୋଇ ପାଥଲୋଜିକୁ ପଠାଇ ଟେଷ୍ଟ ରିପୋର୍ଟରେ ଟାଇଫଏଡ ବାହାରିଥିବା ଦର୍ଶାଇ ରୋଗୀଙ୍କୁ ଭୟଭୀତ କରାଇ ଲୁଟୁଛନ୍ତି । ଅନ୍ୟପକ୍ଷରେ ସାଧାରଣ ଜ୍ୱର, କାଶ, ଝାଡା ଉତ୍ୟାଦି ହୋଇଥଲେ ବି ହଜାର ହଜାର ଟଙ୍କାର ଜେନେରିକ ମେଡିସିନ ଲେଖି ରୋଗୀଙ୍କର ଅଯଥା ଖର୍ଚ୍ଚ କରାଉଛନ୍ତି। ଉକ୍ତ ଲିଖିତାଭିଯୋଗକୁ ଭିତ୍ତିକରି ଆଜି ତଦନ୍ତ ନିମନ୍ତେ ଜିଲ୍ଲା ସ୍ତରୀୟ ଏକ ଟିମ୍ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲା। ଉକ୍ତ ଟିମରେ ଡିଏମଓ ବିଶ୍ବମ୍ବର ବେହେରା ଏବଂ ପ୍ରଦୀପ କୁମାର ସାହୁ ରହିଥିଲେ। ସେମାନେ ଦୀର୍ଘ ଘଣ୍ଟା କାଳ ମେଡିକାଲରେ ରହି କିଛି ଅଭିଯୋଗକାରୀ ଏବଂ ଡାକ୍ତର ବିଶ୍ବାଳଙ୍କୁ ସାକ୍ଷାତ କରି ଅଭିଯୋଗର ତଦନ୍ତ କରି ଫେରିଥିବା ଜଣାଯାଇଛି। ତେବେ ଡାକ୍ତର ବିଶ୍ବାଳଙ୍କ ବିରୁଦ୍ଧରେ ଅଭିଯୋଗ ଏବଂ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି।
1