ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରୁ ଜବର ଦଖଲ ଉଛେଦ

କୁଜଙ୍ଗ , 23/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା - 20/05/2026 :
Article Image
କଟକ-ପାରାଦ୍ବୀପ ରାଜ୍ୟ ରାଜ ପଥ କୁଜଙ୍ଗ ବଜାରରେ ଥିବା ସରକାରୀ ଜମିରେ ବେଆଇନ ନିର୍ମାଣ ଓ ଅସ୍ଥାୟୀ ଦୋକାନ ଗୃହ ଗୁଡ଼ିକ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି।ରାସ୍ତା ସଙ୍କୁଚିତ ହେବାରୁ ରାଜ୍ୟ ରାଜ ପଥରେ ଦିନକୁ ଦିନ ଦୁର୍ଘଟଣା ଘଟୁଛି।ବହୁତ୍ ଲୋକ ପ୍ରାଣ ହରାଉଛନ୍ତି।ରାସ୍ତା ସଂକୀର୍ଣ୍ଣ ହେବାରୁ ଭିଡ଼ ଲାଗିରହିଛି କୁଜଙ୍ଗ ବଜାର ରେ। କୁଜଙ୍ଗ ତାଳଦଣ୍ଡା କେନାଲ ପ୍ରଦୂଷଣ ହେବାରେ ଲାଗିଲାଣି।ଗହଳି ହେବାରୁ ଦିନକୁ ଦିନ ଇଲିଗାଲ କାମ ମଧ୍ୟ ହେଉଛି।ତେଣୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ମିଳିତ ହୋଇ ଏହି ଜବର୍ ଦଖଲ କାର୍ଯ୍ୟ କର୍ମ କରାଯାଇଅଛି।ଏହି ପ୍ରକ୍ରିୟାକୁ କୁଜଙ୍ଗ ବାସି ଓ ବଜାର କମିଟି ମଧ୍ୟ ସ୍ବାଗତ କରିଛନ୍ତି। ଗତ ମାର୍ଚ୍ଚ ମାସରେ ନୋଟିସ ଜାରି କରାଯାଇଥିଲା।କିନ୍ତୁ ଦୋକାନୀ ମାନେ ଜାଗା ଖାଲି କରିନଥିଲେ। ଦୁଇ ଦିନ ତଳେ ଡାକ ବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଇଥିଲା।ଯାହା ଦ୍ଵାରା କିଛି ଲୋକ ନିଜ ନିଜର ଦୋକାନ ଉଠାଇଥିଲେ।ଆଉ ଯାହା କିଛି ରହିଯାଇଥିଲା ତାହା ଆଜି ଶାନ୍ତି ଶୃଙ୍ଖଳା ର ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
Article Image
Article Image
Article Image
Article Image
16