ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

+୨ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ

ଜଗତସିଂହପୁର, 23/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର +୨ ଫଳାଫଳ ବେଶ ଉଚ୍ଚ କୋଟିର ହୋଇଛି । ଏହି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଉଛି । ବାଣିଜ୍ୟରେ ଅଫସିନ ଅଲ୍ଲୀ ଖାନ ୬୦୦ ରୁ ୫୭୩ ମାର୍କ ରଖି କଲେଜ ଓ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଅଫସିନ ଏସଭିଏମ କଲେଜରେ ପାଠ ପଢ଼ୁଥିବା ବେଳେ ସ୍ଥାନିୟ ପାଇଓନିୟର କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ । ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି ।ଭବିଷ୍ୟତରେ ସେ କଷ୍ଟ ଆକାଉଣ୍ଟିଙ୍ଗ କରିବେ ବୋଲି କହିଛନ୍ତି । ସେହିପରି ବିଜ୍ଞାନରେ ଓମ ପ୍ରକାଶ ସ୍ବାଇଁ ୬୦୦ ରୁ ୫୮୭ ନମ୍ବର ରଖି କଲେଜ ଓ ଜିଲ୍ଲା ଟପର ହୋଇଛନ୍ତି । ଓମ ପ୍ରକାଶ ଏସଭିଏମ କଲେଜରେ ପାଠ ପଢ଼ୁଥିବା ବେଳେ ସ୍କଲାର କୋଚିଂ ସେଣ୍ଟରରେ କୋଚିଂ ନେଉଥିଲେ । ଭବିଷ୍ୟତରେ ସେ ଡାକ୍ତର ହେବି ବୋଲି ଲକ୍ଷ୍ୟ ରଖିଛନ୍ତି ।
Article Image
Article Image
9