ଯାଜପୁର, 24/05/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ଗୁଲୁଜାର ନଗର ପାଟଣା ଛକରେ ଗିରିଜା କାନ୍ତ ସାହାଣୀ (40) ଙ୍କର ଦୀର୍ଘ ବର୍ଷ ଧରି ଏକ ଭେରାଇଟି ଷ୍ଟୋର ସହିତ ଏକ ଜଳିଖିଆ ଦୋକାନ ରହିଅଛି ସେହି ଦୋକାନରେ ଗିରିଜା ଙ୍କ ବାପା ଖଗେଶ୍ୱର ସାହାଣୀ (75) ଓ ତାଙ୍କର ଜଣେ ବନ୍ଧୁ ସମୀର ସାମଲ (35)ସେହି ଦୋକାନରେ କାମ କରି ଆସୁଛନ୍ତି ଜଳଖିଆ ଦୋକାନରେ ଆଜି ହଟାତ ଗ୍ୟାସ ସିଲିଣ୍ଡର ଲିକ ହୋଇ ନିଆଁ ଲାଗିଯିବା ଫଳରେ ଦୋକାନ ସାରା ନିଆଁ ବ୍ୟାପିଯାଇଥିଲା ଦୋକାନରେ ଥିବା 10 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆସ ବାବ ପତ୍ର ପୋଡ଼ି ଜଳି ପାଉଁଶ ହେବା ସହିତ ଗିରିଜା ଓ ତାଙ୍କ ବାପା ଏବଂ ତାଙ୍କର ଜଣେ ବନ୍ଧୁ ସମୀର ପୋଡ଼ି ହେବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ସମ ହସ୍ପିଟାଲକୁ ପଠାଇଥିଲେ ପରେ ଅଗ୍ନିଶମ ବାହିନୀ ଓ ଗ୍ରାମ ବାସୀଙ୍କ ମିଳିତ ସହୋଯୋଗରେ ନିଆଁ କୁ ଆୟତ୍ତ କରାଯାଇଥିଲା।